September 29, 2024

ବିଶାଖପାଟନମ ପଶ୍ଚିମ ବିଧାୟକ ଙ୍କ ରାୟଗଡା ଗସ୍ତ 

Share

 

ରାୟଗଡା : ଆନ୍ଧ୍ର ପ୍ରଦେଶର ବର୍ତ୍ତମାନ ତେଲୁଗୁଦେଶମ ସରକାର ଙ୍କ ବିଶାଖପାଟନମ ପଶ୍ଚିମ ବିଧାୟକ ଟିଡିପି ର ପି ଜି ଭି ଆର ନାଇଡ଼ୁ ରାୟଗଡା ଗସ୍ତ ରେ ଆସିଥିବା ସମୟରେ ରାୟଗଡା ଟ୍ରକ ମାଲିକ ସଙ୍ଘ ର ସଭାପତି ତଥା ବିଜେପି ନେତା ୟାଲା ଭେଣକେଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ରାୟଗଡା ର ଅଧିଷ୍ଠାତ୍ରୀ ଦେବି ମା ମଝିଘରିଆଣି ନଲ ମନ୍ଦିର ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ପରେ ପରେ ମା ଙ୍କ ଦର୍ଶନ କରାଇଥିଲେ l ଶ୍ରୀ ନାଇଡ଼ୁ ମା ମଝିଘରିଆଣି ଙ୍କ ଦର୍ଶନ କରିବା ସହିତ ଆଳତି ମଧ୍ୟ୍ୟ କରିବା ସହିତ ଭକ୍ତି ପୁତ ଭାବେ ପୂଜାର୍ଚ୍ଚନା କରି ମା ଙ୍କ ଆଶୀର୍ବାଦ ଭିକ୍ଷା କରି ମା ଙ୍କ ପ୍ରସାଦ ସେବନ କରିଥିଲେ l ମା ଙ୍କ ମନ୍ଦିର କିମିତି ଚାଲିଛି କଣ ସେ ବିଷୟରେ ମନ୍ଦିର ର କମିଟି ସଦସ୍ୟ ଓ କୋଣ୍ଡା ବାବୁ ଙ୍କୁ ପଚାରି ବୁଝିଥିଲେ l ବିଧାୟକ ଶ୍ରୀ ନାଇଡ଼ୁ ଙ୍କ ରାୟଗଡା ଗସ୍ତ ସମୟରେ ଦକ୍ଷିଣ ଭାରତ ର ଲାଇଫ ଲାଇନ କୁହାଯାଉଥିବା ଆନ୍ଧ୍ର ଓଡିଶା ରାସ୍ତାରେ ସୀମାନ୍ତ କୁନେରୁ ଠାରୁ ପାର୍ବତୀପୁରମ ପର୍ଯ୍ୟନ୍ତ ରାସ୍ତା ଯେପରି ଭାବେ ଖରାପ ହୋଇଛି ସେ ବିଷୟରେ କୋଣ୍ଡା ବାବୁ ଆଲୋଚନା କରି ଏହାର ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ l ଏହି ରାସ୍ତା ଦେଇ ସହ ସହ ଟ୍ରକ ଯାତ୍ରୀବାହି ବସ ସହିତ ଓଡିଶା ରୁ ବହୁ ଆମ୍ବୁଲାନ୍ସ ଆନ୍ଧ୍ର ପ୍ରଦେଶ ଯାହାଉଛି ସେଥିପାଇଁ ଏହି ରାସ୍ତା ର ମରାମତି ନିହାତି ଆବଶ୍ୟକ ବୋଲି କହିଥିଲେ l ଏହି ରାସ୍ତା ର ମରାମତି ପାଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଙ୍କ ସହିତ ଆଲୋଚନା କରିବି ବୋଲି କହିଥିଲେ l ମା ଙ୍କ ଡାକରା ହେବାରୁ ମୁ ଆଜି ରାୟଗଡା ଆସି ମା ଙ୍କ ଦର୍ଶନ କରିବହୁତ ଖୁଶୀ l ମୁ ମା ଙ୍କ ଠାରେ ସମସ୍ତ ଜନସାଧାରଣ ଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିବା ସହିତ ମା ଙ୍କ ଆଶୀର୍ବାଦ ଭିକ୍ଷା କରିଲି ବୋଲି କହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed