September 29, 2024

କେରେବା ଆଶ୍ରମ ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ 

Share

ରାୟଗଡା : ଲାଞ୍ଜିଆ ସୌରା ଉନୟନ ସଂସ୍ଥା ପୁଟାସିଂ ପକ୍ଷରୁ ଜନଜାତି ଲାଞ୍ଜିଆ ସୌରା ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ କେରେବା ଆଶ୍ରମ ସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର ଚକ୍ଷୁପରୀକ୍ଷା ଚିକିତ୍ସା ତଥା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ବର୍ତମାନ କାର୍ଯ୍ୟକାରୀ ହେଉଥିବା ପିଏମ ଜନମନ ଯୋଜନା ଆନ୍ତର୍ଗତ ବ୍ୟାପକ ଜନସେଚତନତା କାର୍ଯ୍ୟକ୍ରମ ର ଏହା ଏକ ଅଭିନବ ପଦକ୍ଷେପ ବୋଲି ପୁଟାସିଂ ଲାଞ୍ଜିଆ ସୌରା ଉନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ଆସିମା ରାଓ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା କହିଛନ୍ତି l ଟଲଣା ସରପଞ୍ଚ ସଂଗୀତା ଶବର କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି ଭାବେ ଯୋଗଦେଇ ଏହିପରି ଶିବିର ପ୍ରତ୍ୟକ ସ୍କୁଲରେ ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ ଲ ଏହି ଶିବିର ରେ ଜଗନ୍ନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଚକ୍ଷୁ ଚିକିତ୍ସାଧିକାରୀ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇ 16 ଜଣଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ 5 ଜଣ କୁ ଚଷମା ପିନ୍ଧିବା ନିମନ୍ତେ ପରାମର୍ଶ ଦେଇଥିଲେ l ସରକାର ଙ୍କ ସୁନେତ୍ର ଯୋଜନା ମାଧ୍ୟମରେ ମାଗଣା ଚଷମା ଯୋଗାଇବା ବ୍ୟବସ୍ତା କରାଯାଇଥିବା ଡାକ୍ତର ସାହୁ କହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed