September 29, 2024

ଉମରକୋଟ ଠାରେ ଯକ୍ଷ୍ମା ପ୍ରତିଷେଧକ ଟୀକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ…….

Share

     ଉମରକୋଟ: – (ଏମ୍.ଦିନା°ଶୁ ଆଚାରୀ) ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବଡ କୁମାରୀ ଠାରେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପୁଜାରୀ ଗୁଡା ପକ୍ଷରୁ ଯକ୍ଷ୍ମା ପ୍ରତିଷେଧକ ବିଶିଜି ଟୀକା କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି କରା ଯାଇଛି। ମୂଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି।ସମ୍ମାନିତ ଅତିଥି ଭାବେ ବଡ କୁମାରୀ ସରପଞ୍ଚ ତିଳୋତ୍ତମା ମାଝି , ସମିତି ସଭ୍ୟ ତନୁଜା ଡାକୁଆ, ଓ ପୁଜାରୀ ଗୁଡା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡକ୍ଟର ପତିତ ପାବନ ଦ୍ବିବେଦୀ , ମହିଳା ସ୍ଵାସ୍ଥ୍ୟ ପରିଦର୍ଶକ। ମଞ୍ଜୁ ବିଶ୍ଵାସ, ମହିଳା ସ୍ଵାସ୍ଥ୍ୟ କର୍ମୀ ଜେମାମଣି ହରିଜନ, ଆଶା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ। ପୁଜାରୀ ଗୁଡା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ଜଗନ୍ନାଥ ମିଶ୍ର ଓ ଏସ ଟି ଏସ ଗୌରୀ ଶଙ୍କର ପରିଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଉଲ୍ଲେଖ ଯୋଗ୍ୟ ଏହିକି ଯେ ବର୍ତମାନ ୧୮ ବର୍ଷ ରୁ ଉର୍ଦ୍ଧ ବୟସ୍କ ମାନେ ଯେଉଁ ମାନେ ପୂର୍ବତନ ଯକ୍ଷ୍ମା ରୋଗୀ, ଯକ୍ଷ୍ମା ରୋଗୀ ମାନଙ୍କ ସମ୍ପର୍କ ରେ ଆସୁଥିବା ବ୍ୟକ୍ତି, ୬୦ ବର୍ଷ ରୁ ଉର୍ଦ୍ଧ୍ବ, କୁପସଣ ଶିକାର ବୟସ୍କ ଲୋକେ, ଧୂମ ପାନ କରୁଥିବ। ବ୍ୟକ୍ତି ଓ ମଧୁ ମେହ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ରେ ଯକ୍ଷ୍ମା ରୋଗ ଅତି ଦୃତ ଗତି ରେ ପରିଲକ୍ଷିତ ହେଉଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ପ୍ରଥମ ଦଫା ରେ ଓରିଶା ର ୩୦ ଟି ଜିଲ୍ଲାରୁ ୧୫ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯକ୍ଷ୍ମା ରୋଗ ର ବିସିଜି ଟୀକା ପ୍ରଦାନ ପାଈଁ ପୂଜାରି ଗୁଡ। ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ ୨୭ ହଜାର ବ୍ୟକ୍ତି ଙ୍କୁ ଟୀକା ପ୍ରଦାନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪୬୦୦ ପଞ୍ଜିକରଣ କରି ସାରିଛନ୍ତି ବୋଲି ବିପୀଏମ ଜଗନ୍ନାଥ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

You may have missed