November 26, 2024

ମହାନ କ୍ରାନ୍ତିକାରୀ ନେତା ସନାତନ….

Share

ବୋଲଗଡ଼,(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂମପୁର ଗ୍ରାମର ସ୍ୱର୍ଗତ ସନାତନ ନାୟକ,ଜଣେ ଦକ୍ଷ ଚିକିତ୍ସକ ବିଶିଷ୍ଟ ସମାଜସେବୀ ହିସାବରେ ଯେତିକି ଲୋକ ଜାଣନ୍ତି ତା ଠାରୁ ଅଧିକ ଯାଣନ୍ତି ଖୋର୍ଦ୍ଧା ଜିଲ୍ଲାର ଜଣେ ମାକ୍ସବାଦୀ କମ୍ୟୁନିଷ୍ଟ ନେତା, ଶ୍ରମିକ ନେତା, ଚାଷୀ, ମୂଲିଆ, ଖଟିଖିଆର ଜଣେ ଦୁର୍ଦସ ସଂଗ୍ରାମୀ ଓ ଲଢ଼ୁଆ ନେତା ହିସାବରେ। ଚିକିତ୍ସା କ୍ଷେତ୍ରରେ ସେ ବିଶେଷ ଭାବରେ ଖଙ୍ଗୁରିଆ ପଞ୍ଚାୟତର ଘରେ ଘରେ ସୁପରିଚିତ ଏବଂ ବିଶେଷ କରି ଗରୀବ ଲୋକ ମାନଙ୍କୁ ମାଗଣାରେ ରୋଗୀ ସେବା କରି ଜନମାନସରେ ବିଶେଷ ଆଦୃତ ହୋଇପାରିଥିଲେ। ମହାନ ବିପ୍ଲବୀ କୃଷକନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଗଙ୍ଗାଧର ପାଇକରାୟ ଙ୍କର ବିଶେଷ ଅନୁଗତ ଓ ବିଶ୍ୱାଶୀ ନେତା ଥିଲେ। ସ୍ୱର୍ଗତ ପାଇକରାୟ ଙ୍କର ଐତିହାସିକ ଭାଗଚାଷୀ ଆନ୍ଦୋଳନ ର ସାମ୍ନାଭାଗରେ ଯଉଁକେତେଜଣ ହାତଗଣତି ଛାମୁଆନେତା ଥିଲେ ସେମାନଙ୍କ ମଧ୍ୟରେ ସ୍ୱର୍ଗତ ନାୟକ ହେଉଛନ୍ତି ଅନ୍ୟତମ। କମ୍ୟୁନିଷ୍ଟ ପାର୍ଟି ର ମହାନ ସଂଗ୍ରାମ ରେ ନିଜକୁ ଉତ୍ସର୍ଗ କରି ଭାଗଚାଷୀ ଆନ୍ଦୋଳନ ଦ୍ୱାରା ବାଇଶିଶହ ଏକର ଜମି ଗରୀବ ଓ ଭୁମିହିନ ମଧ୍ୟରେ ବଣ୍ଟନ କରିବାର ଯେଉଁ ଇତିହାସ ଅଛି ସେମାନେ ଙ୍କ ମଧ୍ୟରେ ସ୍ୱର୍ଗତ ସନାତନ ନାୟକ ଥିଲେ ମୂଖ୍ୟ କାଣ୍ଡାରି। ତାଙ୍କ ନେତୃତ୍ୱରେ ବୋଲଗଡ଼ ବ୍ଲକ ରେ ଭୂମିହୀନ ମାନଙ୍କୁ ସଠିକ ନିରୂପଣ କରି ସେମାନଙ୍କ ମଧ୍ୟରେ ଉଦବୁତ ଜମି ବଣ୍ଟନ କରିବା ର ଦାୟୀତ୍ୱ କମୁନ୍ୟଷ୍ଟି ପାର୍ଟି ଅର୍ପଣ କରିଥିଲା। ସଂପୁର ଗ୍ରାମର ଗଡ଼ଦ୍ୱାରବନ୍ଧ ନିର୍ମାଣ ଯୋଜନା, ମଣ୍ଡନଗିରିକୁ ରାସ୍ତା ଓ ପର୍ଯ୍ୟଟନ କେନ୍ଦ୍ର କରିବାରେ କାର୍ଯ୍ୟ କ୍ରମ, ବୁଣାକାର ଆନ୍ଦୋଳନ, ସ୍ୱର୍ଣକାର ଆନ୍ଦୋଳନ, ଖଂଜଣା ଛାଡ ଆନ୍ଦୋଳନ,ଭୂମିହୀନକୁ ପଟ୍ଟା ଯୋଗାଣ ଆନ୍ଦୋଳନ,ଆଦିବାସୀ ମାନଙ୍କର ଜଳ,ଜମି,ଜଙ୍ଗଲ ଅଧିକାର ପାଇଁ ଆନ୍ଦୋଳନ ରେ ତାଙ୍କର ଭୂମିକା ଶତ ପ୍ରତିଶତ। ସ୍ୱର୍ଗତ ସନାତନ ନାୟକ ଅମର ରହେ, ଅମର ରହେ ସେଦିନ ପ୍ରତିଧ୍ୱନି କରୁଥିଲା ଶ୍ମଶାନ ଭୂମି ଠାରୁ ଭୁବନେଶ୍ୱର ର ଭଗବତୀ ଭବନ ଯାଏଁ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.