November 28, 2024

ଉମରକୋଟ ମାଟ୍ରିକ ପରୀକ୍ଷାରେ ତ୍ରୁଟି ପୂର୍ଣ୍ଣ ମୂଲ୍ୟାୟନ ଯୋଗୁଁ ପରୀକ୍ଷା ଫଳ ନୈରାଶ୍ୟଜନକ ଅଭିଯୋଗ……..

Share

 

 

ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶିକ୍ଷାର୍ଥୀ…..

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ଓଡ଼ଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳ ନୈରାଶ୍ୟଜନକ ଓ ମୂଲ୍ୟାୟନରେ ବ୍ୟାପକ ତୃଟି ଥିବା ଦର୍ଶାଇ ଜଣେ ପରୀକ୍ଷାର୍ଥି ଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଉମରକୋଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶୀତଲ ପଟ୍ଟନାୟକ ରୋଲ ନମ୍ବର (୦୯୩ ଏଫ୍ ସି ୦୧୯୮) ମାଟ୍ରିକ ପରୀକ୍ଷାରେ ମୋଟ ୫୧୧ ନମ୍ବର ରଖି ଏ ୱାନ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାର୍ଥି ଜଣଙ୍କ ଇତିହାସ ଓ ଭୂଗୋଳ(ସୋସିଆଲ ସାଇନ୍ସସ) ବିଷୟ ରେ ୮୧ମାର୍କ ଆଣିଛନ୍ତି। ତେବେ ଏହି ବିଷୟରେ ସେ ଆଉ ଅଧିକ ମାର୍କ ରଖିବା ଆଶା ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ମାର୍କ ରେ ସେ ସନ୍ତୁଷ୍ଟ ନଥିବା ଓ ମୂଲ୍ୟାୟନରେ କେଉଁଠି ନା କେଉଁଠି ତ୍ରୁଟି ଥିବା ଦର୍ଶାଇ ଶିକ୍ଷାର୍ଥୀ ଜଣକ ପୁନଃ ମୂଲ୍ୟାୟନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ମାଧ୍ୟମିକ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନ ଅନୁଯାୟୀ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥି ଙ୍କୁ ମୂଲ୍ୟାୟନର ଉତ୍ତର ଖାତାର ନକଲ କପି ପ୍ରଦାନ କରାଯାଇଛି। ତେବେ ଖାତା ଦେଖିବା ଓ ତର୍ଜମା କରିବା ପରେ ମୂଲ୍ୟାୟନରେ ତ୍ରୁଟି ଥିବା ଦେଖିବାକୁ ମିଳିଛି। ପରୀକ୍ଷାର୍ଥି ଜଣଙ୍କ ଇତିହାସ ଓ ଭୂଗୋଳ (ସୋସିଆଲ ସାଇନ୍ସସ) ବିଷୟ ଉତ୍ତର ଖାତାର ସବ୍ଜେକ୍ଟିଭ ପରୀକ୍ଷାରେ ମୋଟ ୪୦½ ମାର୍କ ଆଣିଥିବା ବେଳେ ତାଙ୍କୁ ୩୩ମାର୍କ ଦର୍ଶା ଯାଇଛି।ଉଭୟ ଅବଜେକ୍ଟ ଓ ସବ୍ଜେକ୍ଟ ମାର୍କ ମିଶି ୯୦ ଆସିବା କଥା କିନ୍ତୁ ତ୍ରୁଟି ପୂର୍ଣ୍ଣ ମୂଲ୍ୟାୟନ ଯୋଗୁଁ ତାଙ୍କୁ ୮୧ମାର୍କ ଦର୍ଶା ଯାଇଛି। ଖାତାରେ ଦିଆଯାଇଥିବା ମାର୍କ ହିସାବ କରିବା ପରେ ବିଦ୍ୟାର୍ଥୀଙ୍କ ମନୋବଳ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ତ୍ରୁଟି ଯୋଗୁଁ ପରୀକ୍ଷାର୍ଥି ଜଣଙ୍କ ମେଧାବୀ ତାଲିକା ରୁ ବାଦ ପଡିଥିବା କ୍ଷୋଭ ର ସହ ପ୍ରକାଶ କରିଛନ୍ତି। ଏହି ଖାତା ଦେଖିବା ପରେ ପୁଣି ଅନ୍ୟ ସମସ୍ତ ବିଷୟରେ ମଧ୍ୟ ଏହିଭଳି ତ୍ରୁଟି ହୋଇଥିବା ନେଇ ତାଙ୍କ ମନରେ ସନ୍ଦେହ ଦୃଢୀଭୂତ ହୋଇଛି। ତେଣୁ ଏଭଳି ଭୁଲ ପାଇଁ ସେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଦାୟି କରିବା ସହ ଦାୟିତ୍ଵହୀନତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ପୁନଃ ବିଚାର ପୂର୍ବକ ନ୍ୟାୟ ଦାବି କରିଛନ୍ତି। ଏଥିପାଇଁ ପ୍ରତିକ୍ରିୟା ସ୍ଵରୂପ ସେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ପୁନଃ ବିଚାର ପାଇଁ ପାଇଁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି।