September 22, 2024

ଉପମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଶାରଳା ମନ୍ଦିର ପରିଦର୍ଶନ….

Share

 

 

ତିର୍ତୋଲ ୧୪/୦୯/୨୦୨୪

 

ଝଙ୍କଡ ବାସିନୀ ମା’ଶାରଳା ଙ୍କ ପୀଠରେ ଓଡ଼ିଶା ସରକାରଙ୍କ ଶକ୍ତି ଓ଼ କୃଷି ବିଭାଗ ମନ୍ତ୍ରୀ ତଥା ରାଜ୍ୟର ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମା ଶାରାଳା ଙ୍କ ଦର୍ଶନ କରିଥିଲେ ! ,ଶାରଳା ମନ୍ଦିରର ପ୍ରସାଶନିକ ଅଧିକାରୀ, ମାଆଙ୍କ ପଣ୍ଡା ସେବକ , ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପୁଷ୍ପଗୁଛ ଦେଇଛି ସ୍ୱାଗତ ଜଣାଇ ଥିଲେ ! ପ୍ରବଳ ବର୍ଷା ଯୋଗୁଁ ମନ୍ଦିରର ପହୁଡ଼ ପଡ଼ିଯାଇ ଥିବାରୁ ସେ ନାଟ୍ୟମଣ୍ଡପ ଉପରେ ମାଆଙ୍କ ଉଦ୍ଦେଶ୍ୟରେ ସାଷ୍ଟାଂଗ ପ୍ରଣିପାତ କରିବା ପରେ ବେଢ଼ା ପରିକ୍ରମା କରିଥଲେ । ପ୍ରଥମ ଥର ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଶାରଳା ପୀଠକୁ ଆସିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି ଯୋଗୁ ମାଆଙ୍କୁ ଦର୍ଶନ କରି ପାରି ନଥିଲେ । ତାଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଙ୍କୁ ମଧ୍ୟ ମନ୍ଦିର ପରିସର ମଧ୍ୟରେ, ମାଆଙ୍କ ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରାଯାଇ, ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ

ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଯୁବନେତା ଅଶୋକ ମହାନ୍ତି, ଲିଙ୍ଗରାଜ ଲେଙ୍କା, ସାରଳାମଣ୍ଡଳ ସଭପତି ରୂପକ ଖୁଣ୍ଟିଆ , ବଜେପି ର ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ବିନୋଦ ଦାସ , ରଜନୀକାନ୍ତ ରାଉଳ , ପ୍ରକାଶ ଚନ୍ଦ୍ର ସିଂହ ବିଜୟ ଦାସ ଓ ପ୍ରଜ୍ଞା ପ୍ରଣବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ! ଶାରଳା ପୀଠ ରୂପାନ୍ତରୀକରଣ କାର୍ଯ୍ୟରେ ଅନିୟମିତତା ଓ ଅବ୍ୟବସ୍ଥା ସମ୍ପର୍କରେ ମାଆଙ୍କ ମୂଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା , ବିଶ୍ୱରଂଜନ ରାଉଳ ପ୍ରମୁଖ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ , ଝଙ୍କଡ଼ ବିଶ୍ରାମlଗାର ରେ ଯୁବନେତା ଅଶୋକ ମହାନ୍ତି ଙ୍କ ନେତୃତ୍ୱରେ, ବିଦ୍ୟୁତ୍ ସେବା କ୍ଷେତ୍ରରେ ଉପୁଜିଥିବା ସମସ୍ୟା ର ଆଶୁ ସମାଧାନ ପାଇଁ ଉପମୂଖ୍ୟମନ୍ତ୍ରୀ ଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ ! ଏଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦିର୍ଘ ସମୟ ଆଲୋଚନା କରିଥଲେ । ଏହି ଅବସରରେ ଶ୍ରୀଯୁକ୍ତ ସିଂଦେଓ ଓଡ଼ିଆ ଭାଷା ସାହିତ୍ୟ ର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା।

 

:-ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର…..

 

:- ପୋଟାଲ ନିୟୁଜ ପଡିବ….