April 26, 2026

ସୁଭଦ୍ରା ସ୍ୱାଗତ ପଦଯାତ୍ରା ଓ ସାମୁହିକ ଆଲୋଚନାଚକ୍ର

IMG-20240915-WA0014
Share

ରାୟଗଡ: ରାୟଗଡ ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ୱାଗତ ପଦଯାତ୍ରା ସହରର ରେଳଷ୍ଟେସନ ଛକଠାରୁ ବାହାରି ବ୍ଳକଛକ ଦେଇ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ସୂଚନା ଥାଉକି ମହିଳା ମାନଙ୍କ କଲ୍ୟାଣକାରୀ ଯୋଜନା “ସୁଭଦ୍ରା” ପାଇଁ ବର୍ତ୍ତମାନ ଆବେଦନ ଏବଂ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ମାନ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ଯାଏଁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ପଦଯାତ୍ରlରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମହିଳା, ସୁଭଦ୍ରା ଯୋଜନାର ଆବେଦନକାରୀ ମହିଳାଙ୍କ ସମେତ ୩ଶହରୁ ଉର୍ଦ୍ଧ୍ୱ ମହିଳା ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଯୋଗଦାନରେ ଏହି ଶୋଭାଯାତ୍ରାରେ ବାହାରିଥିଲା l ଏହି ପଦଯାତ୍ରାକୁ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ଶ୍ରୀମତୀ ପାରୁଲ ପଟାୱରୀ ସବୁଜପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ସୁଚନା ସଚେତନତା ଶୋଭାଯାତ୍ରାରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ, ରାୟଗଡ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଡିପିସି ମମତା ଜିତେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ପରାମର୍ଶଦାତା ବାଲ୍ୟବିବାହ ନିରୋଧ କାର୍ଯ୍ୟକ୍ରମ ରତ୍ନେଶ୍ୱର ସାହୁ, ଡିପିଏମ ଓଡ଼ିଶା ଜୀବିକା ମିଶନ ହେମନ୍ତ ବାଗ, ଡିପିଏ ମିଶନଶକ୍ତି ସାରଙ୍ଗଧର ଶବର, ଲିଡ଼ ବ୍ୟାଙ୍କ ମେନେଜର ଦେବେନ୍ଦ୍ର କୁମାର ବାଉରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ l ଏହି ପଦଯାତ୍ରା ସମାପନ ପରେପରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ପଟାୱରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଏକ ଦଳଗତ ଆଲୋଚନା ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ, ସିଡିଓ ଶ୍ରୀ କହଁର, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ଦେବୀ, ଲିଡ଼ ବ୍ୟାଙ୍କ ଅଧକାରୀ ଆଦି ସୁଭଦ୍ରା ସମ୍ପର୍କରେ ସମସ୍ତଙ୍କୁ ସଚେତନତା କରିବା ସହ ସୁଭଦ୍ରା ଯୋଜନାକୁ ନେଇ ଉପୁଜିଥିବା ସମସ୍ତ ସନ୍ଦେହ ଏହି ଆଲୋଚନା ମାଧ୍ୟମରେ ଦୂରକରିବାକୁ ଚେଷ୍ଟା କରିଥିଲେ l ସମସ୍ତ ମହିଳାଙ୍କ ସହ ଜିଲ୍ଲାପାଳ ଶ୍ରୀମତୀ ପଟାୱରୀଙ୍କ ସୁଭଦ୍ରା ସମ୍ପର୍କିତ ସଂକ୍ଷିପ୍ତ ଆଲୋଚନା ପରେପରେ ସୁଭଦ୍ରା ସନ୍ଦେଶ କାନ୍ଥରେ ଜିଲ୍ଲାପାଳଙ୍କ ସହ ମିଶି କିଛିକିଛି ସନ୍ଦେଶ ସହ ନିଜନିଜର ସ୍ୱ-ହସ୍ତାକ୍ଷର କରିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ