ଓଡିଶା ସାମ୍ବାଦିକ ସଙ୍ଘ ରାଜ୍ୟ ସବ କମିଟି ମହିଳା ଆବାହିକା ବିଜୟଲକ୍ଷ୍ମୀ “ଆଶା ଇକବାଲ” ଜାତୀୟ ସମ୍ମାନରେ ସମ୍ମାନିତ
ଗଞ୍ଜାମ : ଓଡିଶା ସମ୍ବାଦିକ ସଙ୍ଘ ର ରାଜ୍ୟ ସବ କମିଟି ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ “ଆଶା ଇକାବାଲ “ଜାତୀୟ ମହିଳା ସମ୍ବାଦିକ ସମ୍ମାନରେ ସମ୍ମାନି ପ୍ରଦାନ କରାଯାଇଥିବା ଜଣାପଡିଛି l ଗତ 27 ତାରିଖରେ ଛତିଶଗଡ ରାଜ୍ୟର ରାୟଗଡ଼ ସେକ୍ଟର-ୱାନ ନେହେରୁ ସାଂସ୍କୃତିକ ଭବନରେ ସ୍ଥାନୀୟ ଦୁର୍ଗ ଲୋକସଭା ସାଂସଦ ବିଜୟ ବାଘେଲ ଓ ଧର୍ମପତ୍ନୀ ବାଘେଲ, ବୈଶାଳୀ ନଗର ବିଧାୟକ ରିକେଂଶ ସେନ ଓ ଛତିଶଗଡ଼ ଶ୍ରମଜୀବୀ ପତ୍ରକାର କଲ୍ୟାଣ ସିଙ୍ଘର ମହା ରାଜ୍ୟ ସଚିବ ବଦରୁଦିନ ନିଜାମ ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାଞ୍ଚଟି ରାଜ୍ୟରୁ 8 ଜଣ ମହିଳା ସାମ୍ବାଦିକଙ୍କୁ ସମ୍ମାନିତ କରିଥିଲେ l ଏହି ଅବସରରେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ଟ୍ରଷ୍ଟ ର ମୁଖ୍ୟ ଆସିଫ ଇକବାଲ ନିଜ ସ୍ବର୍ଗୀୟ ଧର୍ମପତ୍ନୀ ଆଶା ଇକବାଲ ଙ୍କ ସୃତିରେ ଦୀର୍ଘ 13 ବର୍ଷ ହେଲା ନିରନ୍ତର ଭାବେ ସ୍ବର୍ଗୀୟ ମୁକେଶ ଙ୍କ ଜନ୍ମ ଦିବସ ଅବସରରେ ଏହି ମହିଳା ସମ୍ମାନ ସମାରୋହ କରିଆସୁଥିବା ସୂଚନା ଦେଇଥିଲେ l ମିଡ଼ିଆ ଗ୍ରୁପ (ଭିଲାଇ ଦୁର୍ଗ )ଏବଂ ଏସ ଆର ଜି (ଭିଲାଇ ଷ୍ଟିଲ ପ୍ଳାଣ୍ଡ )ର ମିଳିତ ଉପସ୍ଥାପନା ଇସ୍ପାତ ନଗରୀ ବରିଷ୍ଟ ସମ୍ବାଦିକ ବିଡି ନିଜାମି ଏବଂ ତାଙ୍କ ସହକର୍ମୀ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ l
ସୂଚନା ଥାଉକି ସୁଶ୍ରୀ ବିଜାଲକ୍ଷ୍ମୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ ର ନିପାଟ ମଫସଲ ଗ୍ରାମ ବଡ଼ ଚକଡା ଗ୍ରାମର କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ଓ ନମିତା ମହାଙ୍କୁଡ଼ ଙ୍କ କନ୍ୟା ଅଟନ୍ତି l ସେ 2017 ମସିହାରେ ଜାତୀୟ ଯୁବ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଶ୍ରେଷ୍ଠ ଜାତୀୟ ସ୍ବେଛାସେବୀ ଭାବେ ଦିଲ୍ଲୀ ରେ ଜାତୀୟ ସମ୍ମାନ ରେ ସମ୍ମାନିତ ହୋଇଥିବା ବେଳେ 2020 ରେ ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସାମିଲ କରି ଗଞ୍ଜାମ ପ୍ରେସ କ୍ଳବ ଉପ ସଭାପତି ସହ ରାଜ୍ୟ ମହିଳା ଦାୟିତ୍ୱ ସମ୍ପାଦନ କରି ଆସୁଛନ୍ତି l ସମାଜସେବା ଓ ପରିବେଶ ସୁରକ୍ଷା ଓ ଯୁବ ବିକାଶ କ୍ଷେତ୍ରରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l ଯାହାକୁନେଇ ଚଳିତ ବର୍ଷ ମହିଳା ସମ୍ବାଦିକ ଜାତୀୟ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି l ଏ ନେଇ ଓଡିଶା ସାମ୍ବାଦିକ ସଙ୍ଘ ସଭାପତି ଶଶି ଭୂଷଣ ପ୍ରହରାଜ ଙ୍କ ସହ ସଙ୍ଘ ରାଜ୍ୟ ଓ ଜିଲ୍ଲାର କର୍ତ୍ୟୁପକ୍ଷ ଓ ସଦସ୍ୟ ମାନଙ୍କ ସହ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଚୁଟିବାରେ ଲାଗିଛି l
(ପ୍ରଦୀପ କୁମାର ପଣ୍ଡା )