April 30, 2026

ବାପା ମା ଛେଉଣ୍ଡ ପୁଅ ବିଶ୍ୱରଂଜନ କୁ ସହାୟତା କଲେ ସମବାୟ ନିର୍ଦ୍ଦେଶକ ।

IMG-20240825-WA0015
Share

ବୋଲଗଡ,(ଉପରାନ୍ତ ଖବର):ବୋଲଗଡ ବ୍ଲକ ଅସରଳା ଦଳ ପଞ୍ଚାୟତ ପୁଆଣିଆ ଗ୍ରାମର ବାପା ମାଆ ଛେଉଣ୍ଡ ବିଶ୍ୱରଂଜନ ପ୍ରଧାନ (୧୫) ବିଶ୍ୱକୁ ୯ବର୍ଷ ବେଳେ ବାପା ରମେଶ ପ୍ରଧାନ ଙ୍କର ଅକାଳ ମୃତ୍ୟୁ ଘଟିଲା ଏବଂ ପରେପରେ ମାଆ ଅନ୍ୟତ୍ର କୁଆଡ଼େ ଚାଲି ଯାଇଥିଲେ। ଫଳରେ ଅସହାୟ ହୋଇ ଯାଇଥିଲା ବିଶ୍ୱରଂଜନ। ଭାପୁର ବ୍ଲକ କରଡ଼ାପଲ୍ଲୀ ଗ୍ରାମର ଅନ୍ତର୍ଯ୍ୟାମୀ ବରାଡ଼ ନାତି ବିଶ୍ୱକୁ ନେଇଯାଇଥିଲେ। ଏବେ ଅନ୍ତର୍ଯ୍ୟାମୀ ବୃଦ୍ଧବସ୍ଥା ଯାହାକି ସଂସାର ଚଳାଇବା କଷ୍ଟ ହୋଇପଡିଛି। ଦିନେ ଖାଇଲେ ଦୁଇଦିନ ଉପବାସ ରହିବାକୁ ପଡୁଛି।ବିଶ୍ବ ନବମ ଶ୍ରେଣୀରୁ ପାଠ ପଢ଼ାରେ ଡୋରି ବାନ୍ଧିଛି। ସରକାରୀ ସହାୟତା ନିମିତ୍ତ ଆକୁଳ ନିବେଦନ କରୁଛି। ଏସମ୍ପର୍କରେ ବୋଲଗଡ ବିଡିଓ ଶରତ କୁମାର ମଲିକ ଓ ତହସିଲଦାର ସୁଶ୍ରୀ ନିବେଦିତା ପରିଡା ଙ୍କୁ ଲିଖିତ ନିବେଦନ କରିଛି। ତଦନ୍ତ କରି ସହାୟତା କରିବାକୁ ପ୍ରତିଶୃତି ମିଳିଛି। ଏହି ଖବର ପାଇ ସମବାୟ ନିର୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟ ପହଞ୍ଚି କିଛି ଆର୍ଥିକ ସହାୟତା କରିବା ସହ କିପରି ସ୍ୱାବଲମ୍ବୀ ହୋଇ ପାରିବ ସେଥିପାଇଁ ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି। ଆଗାମୀଦିନରେ ସମବାୟ ଜରିଆରେ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅସହାୟ ବିଶ୍ୱରଂଜନ କୁ ତୁରନ୍ତ ସରକାରୀ ସହାୟତା ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଜନସାଧାରଣ ନିବେଦନ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।