November 15, 2024

ଆଜି ଗୁଣପୁର ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ.ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷ୍ୟାତ କରି ଗୁଣପୁର ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ |

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ଗୁଣପୁର ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ.ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷ୍ୟାତ କରି ଗୁଣପୁର ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ | ଏଥିରେ ଗୁଣପୁର-ତେରୁବାଲି ରେଳ ସଂଯୋଗ ପାଇଁ ଜମି ଅଧିଗ୍ରହଣ କାମ ତ୍ୱରାନ୍ୱିତ କରିବା (୨) ପାଣିଡ଼ଙ୍ଗର ଜଳ ସେଚନ ପ୍ରକଳ୍ପ କାମ ଖୁବ ଶୀଘ୍ର ଆରମ୍ଭ କରିବା (୩) ଗୁଣପୁର ମେଡ଼ିକାଲ ରେ ଶିଶୁ ରୋଗ ବିଶେଷଜ୍ଞ ଓ ଔଷଦ ବିଶେଷଜ୍ଞ ଙ୍କ ନିଯୁକ୍ତି (୪) ମିନାଝୁଲା ଓ ଦେବଗିରି ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରିବା (୫) ଗୁଣପୁର ବିଧାନସଭା ଅଞ୍ଚଳ କୁ ନେଇ ଗୁଣପୁର ଜିଲ୍ଲା ଘୋଷଣା କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ରାଜ୍ୟ ଏସ.ଟି. ମୋର୍ଚ୍ଚାର ସମ୍ପାଦକ ବିଦ୍ୟାଧର ଶବର ଓ ଯୁବ ନେତା ଅମର କୁମାର ସାହୁ ଉପସ୍ଥିତ ଥିଲେ।