June 19, 2026

ଗିନିଜ ବୁକ୍‌ରେ ସ୍ଥାନ ପାଇଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ।

IMG-20230311-WA0000
Share

 

ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡ୍ସରେ ମିଳିଛି। ତେବେ ଗତ ଜାନୁଆରୀ ମାସରେ ଏନେଇ ଘୋଷଣା କରାଯାଇଥିବା ବେଳେ ଆଜି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପ୍ରୋ ଲିଗ୍‌‌ରେ ଚାଲିଥିବା ସମୟରେ ଗିନିଜ ବୁକ୍ କର୍ତ୍ତୁପକ୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ପ୍ରମାଣପତ୍ର ମିଳିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏହି ସ୍ୱୀକୃତି ହେଉଛି ଏକ ପ୍ରମାଣ ଯେ ଆମ ରାଜ୍ୟ ଓଡ଼ିଶା ବହୁ ଦୂର ଯାଇଛି ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଏକ ଚିହ୍ନ ସୃଷ୍ଟି କରିଛି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଏବଂ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଁ ସୁନ୍ଦରଗଡବାସୀ ତଥା ହକି ପ୍ରଶଂସକଙ୍କୁ କ୍ରୀଡା ପ୍ରତି ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ମୁଁ ଏହି ସ୍ୱୀକୃତିକୁ ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛି ”।

ସୂଚନାଯୋଗ୍ୟ ବିର୍ସାମୁଣ୍ଡା ଷ୍ଟାଡିୟମ ହକି ବିଶ୍ବକପ ପୂର୍ବରୁ ନିର୍ମାଣ କରାଯାଇଥିଲା । ଖୁବ କମ ଦିନ ମଧ୍ୟରେ ଏତେ ବଡ ଷ୍ଟାଡିୟମ ନିର୍ମାଣ କରାଯାଇ ପାରିଥିଲା । ଯେଉଁଠି ବିଶ୍ବର ସବୁଠାରୁ ଅଧିକ ଦର୍ଶକ ବସିବାର ସୁବିଧା ରହିଛି । ଏହି ଷ୍ଟାଡିୟମରେ ଜାନୁଆରୀ ୧୩ ତାରିଖରେ ହକି ବିଶ୍ବକପର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳା ଯାଇଥିଲା । ଏହି ଷ୍ଟାଡିୟମରେ ୨୧ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ଉଭୟ ଖେଳାଳୀ ଏବଂ ଦର୍ଶକଙ୍କ ପାଇଁ ସବୁପ୍ରକାରର ସୁବିଧା ଏହି ଷ୍ଟାଡିୟମରେ ରହିଛି । ୯ ମାସ ମଧ୍ୟରେ ୨୨୫ ଘର ଥିବା ବିଶ୍ୱ କପ୍ ହକି ଗ୍ରାମର ନିର୍ମାଣ କରାଯାଇଛି।

ବିପିୟୁଟି (ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲଜି) ପରିସରେ ଥିବା ଏହି ଷ୍ଟାଡିୟମ ୧୪୬.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଫେବୃୟାରୀରେ ଏହାର ଶିଳାନ୍ୟାସ କରିଥିଲେ ଏବଂ ଅଗଷ୍ଟ ୨୦୨୧ରେ ଆରମ୍ଭ ହୋଇଥିଲା ନିର୍ମାଣ କାମ । ଏହାର ନିର୍ମାଣ ପାଇଁ ୩,୬୦୦ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ଏବଂ ୪ ହଜାର ଟନ ଟିଏମଟି ଷ୍ଟିଲ ଏହାର ନିର୍ମାଣ ପାଇଁ ବ୍ୟବହାର ହୋଇଛି । ଏମିତି ଭାବେ ଏହା ନିର୍ମାଣ କରାଯାଇଛି, ଯାହା କି ଅନ୍ୟ ଷ୍ଟାଡିୟମ ତୁଳନାରେ ପ୍ରତ୍ୟେକ ଦର୍ଶକଙ୍କୁ ପିଚର ନିକଟରେ ବସି ଖେଳ ଦେଖିପାରିବାର ସୁଯୋଗ ମିଳିବ ।ଷ୍ଟଡିୟମ ଭିତରେ ହାଇଡ୍ରୋ ଥେରାପି ପୁଲ, ଫିଟନେସ ସେଣ୍ଟର, ଅଭ୍ୟାସ ପାଇଁ ପିଚ ଇତ୍ୟାଦି ରହିଛି । ୨୨୫୪ ଷ୍ଟାର କାଟେଗୋରୀ ରୁମ ରହିଛି ।

 

ବ୍ୟୁରୋ ରିପୋର୍ଟ,,

You may have missed