April 29, 2026

ରାଖୀରେ ଅଘଟଣ: ଭଉଣୀଙ୍କୁ ଛୁରି ଭୁଶିଲେ ଭାଇ

IMG-20240819-WA0036
Share

 

ବ୍ରହ୍ମପୁର,(ବ୍ୟୁରୋ ଉପାନ୍ତ ଖବର) ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାଖୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ କରେ। କିନ୍ତୁ ଆଜି ଭଳି ଦିନରେ ଜଣେ ଭାଇ ଭଉଣୀର ଜୀବନ ନେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ। ବଡ଼ବଜାର ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ଭାଇର ଛୁରାମାଡରେ ୧୩ ବର୍ଷୀୟା ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାରେ କାରଣ ଜଣାପଡିନାହିଁ। ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଛି।