November 15, 2024

ନାବାଳିକା କୁ ବଳତ୍କାର ମାମଲା ରେ ଆସାମୀ କୁ 20ବର୍ଷ ଦଣ୍ଡାଦେଶ ନେଇ ସରକାରୀ ଆଇନଜୀବୀ ବିରଜା ପାତ୍ର ଙ୍କୁ ସୂଚନା

Share

 

ରାୟଗଡା : ରାୟଗଡା ସହର ର ନାବାଳିକା ଙ୍କୁ ବଳତ୍କାର ଉଦ୍ୟମ ମାମଲା ର ବିଚାର କରି ଶନିବାର 17/08/202 ରେ ଅଭିଯୁକ୍ତ ଆସାମୀ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହିତ 10 ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ରାୟଗଡା ପାକସୋ କୋର୍ଟ ଜଜ଼ ଶ୍ଵେତା ମିଶ୍ର ବୋଲି ସରକାରୀ ଆଇନଜୀବୀ ବିରୋଜା ପାତ୍ର ଗଣମାଧ୍ୟମ କୁ ଜଣାଇଛନ୍ତି l ଆସାମୀ ଜରିମାନା ନ ଦେଲେ ଅତିରିକ୍ତ 6 ମାସ ଜେଲ ଦଣ୍ଡ ନେଇ ରାୟ ରେ ଉଲେଖ କରିଛନ୍ତି l ସୂଚନା ଯୋଗ୍ୟଯେ ଅଭିଯୁକ୍ତ ଆସାମୀ ହେଲେ ରାୟଗଡା ସହର ର ଅମ୍ବାଗୁଡା ଗ୍ରାମ ରେ ହରିଜନ ସାହିର ବୁଡ଼ୁ ବାଘ (32) l ବଳତ୍କାର ଉଦ୍ୟମ ଘଟଣା ଗତ 2019 ସେପ୍ଟେମ୍ବର 7 ରେ ରାୟଗଡା ଥାନା ରେ ରଜୁ ହୋଇଥିଲା ଉକ୍ତ ମାମଲା ରେ ବୁଡ଼ୁ କୁ ପୋଲିସ ଗିରଫ କରିଥିଲା l ଏତଲା ଆଧାର ରେ ସେପ୍ଟେମ୍ବର 7 ତାରିଖ ଅପରାହ୍ନ ରେ ନାବାଳିକା ଙ୍କୁ ଘରୁ ବିଦ୍ୟୁତ କୌଣସି କାରଣ ବସତ କଟିଯାଇଥିଲା ଅଭିଯୋଗ ନାବାଳିକା ଙ୍କ ମାଆ ବୁଡ଼ୁ କୁ ଡାକି ବିଦ୍ୟୁତ ଯୋଗାଣ କାମ କରିବା ପାଇଁ l ବୁଡ଼ୁ କରେଣ୍ଟ କାମ କରିବା ପାଇଁ ଆସିବା ସମୟରେ ଅଭିଯୋଗ କରି ଘର ସମୁଖ ରେ ଚାଉଳ ବାଛୁଥିଲେ l ବୁଡ଼ୁ ଘର ଭିତର କୁ କାମ କରିବା କୁ ଯାଇ କବାଟ ବନ୍ଦ କରି ନାବାଳିକା ଝିଅ କୁ ବଳତ୍କାର ପାଇଁ ଉଦ୍ୟମ କରିଥିଲା l ଚାଉଳ ବାଛିବା ପରେ ନାବାଳିକା ରେ ମାଆ ଘରର କବାଟ ବଡଇଥିଲେ ଏହି ସମୟରେ ବୁଡ଼ୁ ଘର ରେ ପଛ ପଟ ଦେଇ ଫେରାର ହୋଇଯାଇଥିଲା l ଏହାପରେ ନାବାଳିକା କବାଟ ଖୋଲି ମାଆ କୁ ସମସ୍ତ ଘଟଣା କହିଥିଲା l ଏହା ପରେ ନାବାଳିକା ରେ ମା ରାୟଗଡା ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଘଟଣା ରେ ତଦନ୍ତ କରି ରାୟଗଡା ଥାନା ପୋଲିସ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ସମସ୍ତ ସାକ୍ଷ ପ୍ରମାଣ କୁ ଭିତ୍ତି କର ମାନ୍ୟବର କୋର୍ଟ ଆସାମୀ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ଦେଇଥିବା ରେ ଜଣା ପଡିଛି l ଏହି ମାମଲା ରେ ସରକାରୀ ଓକିଲ ବିରଜା ପ୍ରସାଦ ପାତ୍ର ପରିଚାଳନା କରୁଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ