April 14, 2025

ନିଜ ଗ୍ରାମରେ ବିଜେଡି ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା ——-

Share

ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମ ପଞ୍ଚାୟତସଦର ଗାଁ ଠାରେ ଥିବା ଖ୍ରୀଷ୍ଟିଆନ ସାହିରେ ନୁତନ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କୁ ଏକ ନିଆରା ଢଙ୍ଗରେ ଭବ୍ୟ ସମ୍ବର୍ଧନା ଜଣାଇଛନ୍ତି। ସମ୍ବର୍ଧନା କାର୍ଯ୍ୟ କ୍ରମରେ ସ୍ଥାନୀୟ ଶାଖା ମଣ୍ଡଳୀ ର ଚାଳକ ଜୀବିତ ଲିମ୍ମା, ସମ୍ପାଦକ ମୋନଜ ମାଳି, ସହ ସମ୍ପାଦକ ପ୍ରଦୀପ ଲିମ୍ମା, କୋଷାଧ୍ୟକ୍ଷ ନହ ମାଳି ତଥା ମହିଳା ଚାଳିକା, ମହିଳା ସମ୍ପାଦିକା ତଥା ଗ୍ରାମର ବହୁ ବୁଦ୍ଧିଜୀବୀ ସମସ୍ତ କର୍ମକତା ମାନେ ତଥା ସ୍ଥାନୀୟ ପଞ୍ଚାୟତ ର ସରପଞ୍ଚ ଡ଼।ଳିମ୍ବ ଗମାଙ୍ଗ, ସମିତି ସଭ୍ୟା ସୁଶ୍ରୀ ଶୀବାନି ବେହେର୍ ଦଳେଇ, ଉପସ୍ଥିତ ରହି ବାଜା ବାଜୁଣି ସହ ନଗର ପରିକ୍ରମା କରି ଚର୍ଚ ପ୍ରାଙ୍ଗଣରେ ଏକ ସାମୁହିକ ବୈଠକ କରାଯାଇଥିଲା ।ଉକ୍ତ ବୈଠକରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ଦାସ ଅତ୍ୟନ୍ତ ଭାବବିହ୍ୱଳ ହୋଇ କାନ୍ଦି ପକେଇ ଥିଲେ ।ଯେହେତୁ ନିଜ ଗ୍ରାମ ଭିଟାମାଟି ହୋଇଥିବାରୁ ଏଇ ମା ,ବାପା ଙ୍କ ଆଶୀର୍ବାଦ ଥିବାରୁ ତଥା ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ ରୁ ମୁଁ ଆଜି ଗଜପତି ଜିଲ୍ଲାର ସଭାପତି ଭାବେ ମନୋନୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ତାଙ୍କ ଆଶୀର୍ବାଦ ରୁ ଏଇ ପଦବୀ ମିଳିଥିବାରୁ ସେ ଅଞ୍ଚଳ ବାସିଙ୍କୁ ଅଶେଷ ଧନ୍ୟବାଦ ଜଣାଇବା ସହ ଆଶ୍ରିବାଦ ଓ ସହଯୋଗ କାମନା କରିଛନ୍ତି।