August 26, 2026

କନ୍ଧମାଳ ଓ ରାୟଗଡା ଜିଲ୍ଲା ସୀମାନ୍ତରେ ପ୍ରାହେଡିପଙ୍କା ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ..

Share

ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଦାରିଙ୍ଗବାଡି ବ୍ଲକ ସାରାମୂଳି ପଞ୍ଚାୟତର ପ୍ରାହାଡପଙ୍କା ଠାରେ ଡିମ୍ଵାଲୁ ନଦୀ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଜନ ସମାବେଶର ଆୟୋଜନ ହୋଇଥିଲା । ସଙ୍ଗଠନର ସଭାପତି ଯୋଶେଫ ମୁଠାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଦିବାସୀଙ୍କ ଜମି ଜଙ୍ଗଲ ଓ ଜୀବିକା ତଥା ଭାଷା ଓ ସଂସ୍କୃତିର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବିକାଶ ନାଁରେ ସରକାରଙ୍କ ଦ୍ୱାରା ଆଦିବାସୀ ଓ ଦଳିତଙ୍କ ବିସ୍ଥାପନକୁ ବିରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ଦୁଙ୍ଗା ପାଟମାଝୀ, ପିତାମ୍ଵର ରୂପାମଝୀ, ନୀର ପାଟମାଝୀ, ରାଜେନ୍ଦ୍ର ମାଝୀ, ଲଙ୍ଗା ଟାଙ୍ଗରଙ୍ଗା, ଫିଲିଫ୍ ବଳିୟାରସିଂ ପ୍ରମୁଖ ସ୍ଥାନୀୟ ନେତାଙ୍କ ସମେତ ଏଆଇକେଏମଏସର ଜିଲ୍ଲା ଆବାହକ କୁଶନାଥ ପ୍ରଧାନ ଯୋଗଦେଇ ହଜାର ହଜାର ଲୋକଙ୍କ ଭିଟାମାଟିକୁ ଧୂଳିସାତ କରି ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଡୁମ୍ଵାଳୁ ନଦୀରେ ଡେମ୍ ନିର୍ମାଣକୁ ବିରୋଧ କରିଥିଲେ । କାର୍ଯ୍ୟକ୍ରମରେ ଉଭୟ କନ୍ଧମାଳ ଓ ରାୟଗଡା ଜିଲ୍ଲାର ସୀମାନ୍ତ ଅଞ୍ଚଳର ୩୫ରୂ ଅଧିକ ଗ୍ରାମର ଲୋକମାନେ ବିଭିନ୍ନ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଯୋଗଦେଇଥିଲେ ।

You may have missed