March 12, 2026

ମୋହନା ବ୍ଲକ ବିଜେଡି ପକ୍ଷରୁ ଜିଲ୍ଲା ବିଜେଡି ସଭାପତିଙ୍କୁ ନାଗରିକ ସମ୍ବର୍ଦ୍ଧନା

IMG-20230307-WA0022
Share

 

–ଗଜପତି ଜିଲ୍ଲା ନୂତନ ଭାବେ ନିଯୁକ୍ତ ହୋଇଥିବା ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କୁ ଆଜି ମୋହନା ଠାରେ ବିପୁଳ ନାଗରିକ ସମ୍ବର୍ଦ୍ଧନା ଦେଇଛନ୍ତି ମୋହନା ବ୍ଲକ ବିଜେଡି କର୍ମୀ।ବିଜେଡ଼ି ଜିଲ୍ଲା ସଭାପତି ମୋହନା ଠାରେ ପହଂଚିବା ପରେ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଦ୍ୱାର ଠାରୁ ସ୍ୱାଗତ କରିବା ସହ ଫୁଲତୋଡା ଏବଂ ଫୁଲ ମାଳାଦେଇ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରାଇଛନ୍ତି।ମୋହନା ନିର୍ବାଚନ ମଣ୍ଡଳୀ ର ଲୋକ ଦଳ ଗଠନ ଠାରୁ କେବେବି ଦଳ ମୁଖିଆ କେହି ହୋଇନ ଥିଲେ।ଦଳର ରାଜ୍ୟ ମୁଖିଆଙ୍କ ଠାରେ ବାରମ୍ବାର ଦାବୀ ହେବା ପରେ ମୋହନା ନିର୍ବାଚନ ।ମଣ୍ଡଳୀର ଲୋକଙ୍କୁ ଜିଲ୍ଲା ସଭାପତି ପଦବୀ ମିଳିଥିବାରୁ ସ୍ତାନୀୟ କର୍ମୀ ଉତ୍ସ୍ୟହିତ ହୋଇଛନ୍ତି।ଦଳ ଆଗାମୀ ଦିନରେ ମଜବୁତ ହେବ ବୋଲି ସ୍ଥାନୀୟ କର୍ମୀମାନେ ଆଶା କରିଛନ୍ତି।ନାଗରିକ ସମ୍ବର୍ଦ୍ଧନା ଦେବା ସମୟରେ ବହୁ ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ଜିଲ୍ଲା କର୍ମକର୍ତ୍ତା ପ୍ରଶାନ୍ତ ନାୟକ, ରମେଶ ଅଧିକାରୀ, ଦେବନନ୍ଦ ନାୟକ, ବିଭିନ୍ନ ସଂଗଠନ ମୁଖ୍ୟ ମାନେ ଉପସ୍ଥିତ ଥିଲେ।