ସାରସ୍ୱତ ପାଠାଗାର ପକ୍ଷରୁ ଚାରା ବଣ୍ଟନ…
ବୋଲଗଡ଼,୦୫/୦୮(ସୁଶାନ୍ତ କୁମାର ପ୍ରଧାନ) ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମର ଶ୍ରୀଗୁରୁ ନିଗମାନନ୍ଦ ସାରସ୍ୱତ ପାଠାଗାର ଓ ଖୋର୍ଦ୍ଧା ଜିଲ୍ଳା ବନ ବିଭାଗ ସହାୟତାରେ ଗୁରୁବାର ଦିନ ସାନପଦର ଗ୍ରାମରେ ପ୍ରତିଘରେ ଘରେ ଚାରାବଣ୍ଟନ ସହିତ ଚାରାରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ଓ ପାଠଗାର ସଦସ୍ୟ ମାନେ ଟ୍ରାକ୍ଟର ସାହାଯ୍ୟ ଘରକୁ ଘର ବୁଲି ୨ଟି ଲେଖାଏଁ ଚାରା ବଣ୍ଟନ ସହ ବୃକ୍ଷର ଉପକାରୀ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରିଅଛନ୍ତି । ଏଥିରେ ବିଭିନ୍ନ ଲୁପ୍ତପ୍ରାୟ ବୃକ୍ଷ ସହ ହରିଡା,ବାହାଡ଼ା,ବିଜୁଳି,ଜାମୁ, ଅଁଳା, କୃଷ୍ଣ ଚୁଡା, ରାଧା ଚୁଡା, ବଉଳକୋଳି, ଜାମ୍ମୁ, ଅର୍ଜୁନ, ଫଣଫଣା ଆଦି ଔଷଧିୟ ଚାରା ୭୦୦ ରୁ ଉର୍ଦ୍ଧ ବଣ୍ଟନ କରିଅଛନ୍ତି । ପରମହଂସ ଶ୍ରୀମଦ ସ୍ୱାମୀ ନିଗମାନନ୍ଦ ସରସ୍ବତୀଦେବଙ୍କ ସ୍ୱହସ୍ତ ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଙ୍ଘ ପୁରୀ ଅଧିନସ୍ଥ ସାନପଦର ଗ୍ରାମର ପୁରାତନ ସାରସ୍ୱତ ସଙ୍ଘ ତଥା ସାରସ୍ୱତ ପାଠାଗାର ପକ୍ଷରୁ ଚାରାରୋପଣ, ଚାରାବଣ୍ଟନ ସହିତ ବିଭିନ୍ନ ଜନହିତକର କାର୍ଯ୍ୟ ୨୦୧୪ ଠାରୁ ଜାରିରହିଛି l ଗତବର୍ଷ ବିନ୍ଧ୍ୟଗିରି ପର୍ବତ ପାଦଦେଶରେ ୨୦୦ ତାଳ ଗଛ ବୃକ୍ଷ ବାବା ହରି ଶରଣଙ୍କ ସହଯୋଗରେ ରୋପଣ କରାଯାଇଥିଲା l ଏ ବର୍ଷ ମଧ୍ୟ ଆଜି ବର ଓ ଓସ୍ତ ଗଛ ୧୫୦ ରୁ ଉର୍ଦ୍ଧ ବିନ୍ଧ୍ୟଗିରି ପାହାଡ଼ ଓ ରାସୋଳ ଗ୍ରାମର ପାହାଡ଼ରେ ମା କୁଣ୍ଡାଖାଇ ସେବା ସଙ୍ଘର ସମ୍ପାଦକ ସତ୍ୟନାରାୟଣ ବାରିକଙ୍କ ସହଯୋଗରେ ରୋପଣ କରାଯାଇଛି l ସ୍ଥାନୀୟ ଜନସାଧାରଣମାନେ ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଅଛନ୍ତି l ଏହି କାର୍ଯ୍ୟମକୁ ପାଠାଗାର ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ର, ବୈକୁଣ୍ଠ ଚରଣ ନାୟକ, ମୀନକେତନ ସାହୁ, ଆଲୋକ କୁମାର ନାୟକ, ନମିତା ନାୟକ ଓ ଆଶ୍ରମର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l