April 19, 2025

୩ ପଞ୍ଚାୟତରେ ମନ୍ତ୍ରୀ ଗୋକୁଳା ନନ୍ଦଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Share

ବୁଗୁଡ଼ା ୦୪/୦୮(ଇମିସ )ଆଜି ବିଜେପି ପକ୍ଷରୁ ବୁଗୁଡ଼ା ବ୍ଲକର ତିନି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଧନ୍ୟବାଦ ଅର୍ପଣ ସଭା ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ସ୍ଵାଧିନ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପ୍ରଥମେ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗ୍ରାମରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପହଞ୍ଚି ଗ୍ରାମରେ ବିଜୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଗ୍ରାମବାସୀ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ ଜଣାଇଥିବା ବେଳେ ସେଠାରୁ ଗୋଳାବନ୍ଧ ଗ୍ରାମରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ସେଠାରେ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ କୁ ଗ୍ରହଣ କରିବା ସହିତ ସେମାନଙ୍କ ସହିତ ମୈଖିକ ଭାବେ ଆଲୋଚନା କରି ଅତି ଶୀଘ୍ର ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ମଳିକ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶଙ୍କୁରୁ ପଞ୍ଚାୟତର ଘୋଳପୁର ଗ୍ରାମରେ ମନ୍ତ୍ରୀ ପହଞ୍ଚି ଥିଲେ। ସେଠାରେ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଥିଲେ। ସେଠାରେ ଅପରାହ୍ନ ସମୟରେ ଶଙ୍କୁରୁ ଗ୍ରାମରେ ଏକ ସଭାର ଆୟୋଜନ କରି ଜନସାଧାରଣ ଅଭିଯୋଗ ଶୁଣିଥିଲେ। ପରବର୍ତ୍ତୀ ସମୟରେ କାନକୁଟୁରୁ ,ନଗୁଡୁ ଗ୍ରାମର ଶୋଭାଯାତ୍ରାରେ ଯାଇ ସେଠାରେ ଜନସାଧାରଣ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ମାଣିତରା ପଞ୍ଚାୟତର ଭୋଗଡା, ତମ୍ବିରି, ମକରପଲ୍ଲ, ମାଣିତରା, ନଗୁଡୁ ଗ୍ରାମ ପରିକ୍ରମା କରି ଲୋକଙ୍କ ଅଭିଯୋଗ ଶୁଣିଥିଲେ ମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ବବୁଲ ନାୟକ,ସରପଞ୍ଚ ସୁଶାନ୍ତ ରାଉତ, ପ୍ରକାଶ ମହରଥା,ହରିହର ସାହୁ ବ୍ଳକ ସଂଯୋଜକ, ଗଙ୍ଗାଧର ନାୟକ, ନଗର ସଭାପତି କେଦାରନାଥ ମହାରଣା, ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦନ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଡାକୁଆ, ଭଗବାନ ଜେନା, ଦିଲ୍ଲୀପ କୁମାର ପ୍ରଧାନ, ରବିନ୍ଦ୍ର ପରିଡ଼ା, ଆଇନଜୀବୀ ହରପ୍ରସାଦ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ବିଶ୍ବାଳ, ବସନ୍ତ ସାମଲ,ବଖାରୀ ଜେନା, ରଞ୍ଜିତ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ଭୂୟାଁ ସମେତ ସମସ୍ତ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ।

You may have missed