ଗଜପତି:- ସଖୀ ୱାନଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ପାଳନ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ..
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରାଜ୍ୟ ସହାୟତା କେନ୍ଦ୍ର/(ଶକ୍ତି ସମ୍ବଳ)ୱାନ୍ଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯକ୍ରମରେ ଆଇଏସ୍ଆର୍ଡି:ର ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ |
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଆଇଏସ ଆରଡ଼ି ନିର୍ଦ୍ଦେଶକ କାର୍ଯ୍ୟ କ୍ରମଟିକୁ ଆଗକୁ ବଢେଇ ଥିଲେ |
ଆଇ:ଏସ:ଆର:ଡି:ର ନିର୍ଦେଶକ ଶ୍ରୀ ସୁଧୀର ସାବତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଏହି କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଜିଲ୍ଳା ସମାଜ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏହି କେନ୍ଦ୍ରର ଭୂମିକା ଏବଂ ଏହି କେନ୍ଦ୍ର ଆଗକୁ ଏଭଳି କାମକରି ଜିଲ୍ଲାରେ ଥିବା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେଇ ଆସିଥିବା ବିଷୟରେ ଅବଗତ କରାଇଥିଲେ | ସଖୀ ୱାନ୍ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଜିଲ୍ଲାରେ ଏହି କେନ୍ଦ୍ର ସ୍ଥାପିତ ହୋଇ ୫ ବର୍ଷ ଧରି କାମ କରୁଥିବା ବେଳେ ଏହି କେନ୍ଦ୍ରରେ ହୋଇଥିବା ସମସ୍ତ ମାମଲା ସଂଖ୍ୟା ଏବଂ ଏହି କେନ୍ଦ୍ରର ଷ୍ଟାଫ ମାନଙ୍କ ବିବରଣୀ ଏବଂ ସହାୟତା, ସୁବିଧା ଆଦି ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ।
ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଏହି କେନ୍ଦ୍ର ୨୪ X ୭ ରେ ନିରବଛିନ୍ନ ଭାବରେ କାମ କରିବା ସହ ୱାନ ସ୍ଟପ ସେଣ୍ଟର ସବୁବେଳେ ସବୁ ସମୟରେ ସାହାଯ୍ୟ ସହଯୋଗ କରୁଥିବା ବିଷୟରେ କହିଛନ୍ତି | ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ମମତାରଣୀ ଶତପଥି ୱାନ ସ୍ଟପ ସେଣ୍ଟର ଜିଲ୍ଲା ରେ ନିର୍ଯାତିତା ମହିଳା ଓ ବାଳିକା ମାନଙ୍କୁ ବହୁ ସହାୟତା ଯୋଗାଇ ଦେବା ବିଷୟରେ ମତବ୍ୟକ୍ତ କରିବା ସହ ଏହି କେନ୍ଦ୍ର ଆଗକୁ ଆହୁରି ଭାଲ କାମ କରିବା ପାଇ ଉତ୍ସାହିତ କରିଥିଲେ | ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ସୁଜାତା ପଟ୍ଟନାୟକ ୱାନ ସ୍ଟପ ସେଣ୍ଟର ଭଲ କରିବା ସହ ବହୁତ କେସ ଏହି କେନ୍ଦ୍ର ରେ ସମାଧାନ ହୋଇଥିବାରୁ ସମସ୍ତଷ୍ଟାଫ କୁ ବହୁ ପ୍ରଶଂସିତ କରିଥିଲେ |
ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ରେ ହେଉଥିବା ମହିଳା ଓ ବାଳିକା ହିଂସା କୁ ରୋକିବାରେ ସହାୟତା ହୋଇଥିବା ସ୍ଥଳେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ |
ପଞ୍ଚମ ବାର୍ଷିକ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ୱାରା ଛେନାପୋଡ଼ କେକ୍ କଟା ଯାଇଥିଲା | ଉତ୍କଳ ବାଳାଶ୍ରମର ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରା ଯାଇଥିଲା |
ସୁପରଭାଇଜର , ଅଙ୍ଗନବାଡି କର୍ମୀ , ଏସଏଚଜି:;ମହିଳା , ସ୍ଵଚ୍ଛ ସାଥୀ , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , କିଶୋରୀ ବାଳିକା ତଥା ମୁଦ୍ରିତ ଏବଂ ବୈଦୁତିକ ଗଣମାଧ୍ୟମ’ର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହାୟତା କେନ୍ଦ୍ର/ୱାନ ଷ୍ଟପ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ, ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ନିରୂପମା ରାଉଳ , ଏନ: ଊଷା , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ , ଟି: ସୁରେଶ କୁମାର ତଥା ଆଇ:ଏସ:ଆର:ଡି: ପରିବାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ୟ କରିଥିଲେ |।
ପରିଶେଷରେ କେନ୍ଦ୍ରର ମୋହିନୀ ପ୍ରଧାନ , ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-