November 15, 2024

ଗୋପ ସରସ୍ବତୀ ଶିଶୁମନ୍ଦିର ରେ ବିଦ୍ୟାଳୟସ୍ତରୀୟ ବି ଜ୍ଞାନ ମେଳା ଅନୁଷ୍ଠିତ ..

Share

ଗୋପ :-ଆଜିର ଶିଶୁ କାଲିର ନାଗରିକ କୁ ଏବେକାର ଶିଶୁମାନେ ଭୁଲ ପ୍ରମାଣିତ କରିଛନ୍ତି l ବର୍ତମାନ ଆଜିର ଶିଶୁମାନେ ଓଳିଆରୁ ପଡି ଗଜା ସଦୃଶ ଖୁବ ଚତୁର ଓ ବିଚିକ୍ଷଣ ହୋଇଗଲାଣି l ସମସ୍ତ ବିଷୟରେ ପାରାଙ୍ଗମ ହୋଇଗଲେଣି l ନିଜ ନିଜ ଭିତରେ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ର ଆୟୋଜନ କରିବା ଆଉ ନିଜ ଦ୍ଵାରା ଜ୍ଞାନ ଓ ବିଜ୍ଞାନ ବିଷୟରେ ତର୍କ ଉପସ୍ଥାପନା କରୁଥିବା ଆଜିର ପିଲାମାନେ କେହିଁ କାହାକୁ କମ ନୁହନ୍ତି l ଠିକ ସେମିତି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଗୋପ ହାପି କଲୋନୀ ରେ ସ୍ଥାପିତ ସରସ୍ବତୀ ଶିଶୁମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ମୁଖ୍ୟଅତିଥି ଭାବେ ଗୋପ ବ୍ଲକ ଉପାଧକ୍ଷ ବନୋରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ l ଏଥିରେ ସମ୍ମାନୀୟ ଅତିଥି ଭାବେ ଗୋପ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ତଥା ମହାବିଦ୍ୟାଳୟ ପରିଚାନାନ ସମିତି ର ସଭାପତି ପ୍ରକାଶ ଚନ୍ଦ୍ର ଖଟୋଇ, ବିଚାରକ ଭାବେ ନିମାପଡା ଶିଶୁବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କର, ବିଦ୍ୟାଳୟ ର ପ୍ରଧାନ ଅଚର୍ଯ୍ୟା ତୋଫାନ ଦଳାଇ, ବିଦ୍ୟାଳୟ ର ସମ୍ପାଦକ ସତ୍ୟନାରାୟଣ ସେନାପତି ପ୍ରମୁଖ ବିଜ୍ଞାନ ମେଳା ପରିଚାଳନା କରିଥିଲେ l ଏଥିରେ ମୋଟ 106 ଟି ବିଭିର୍ନ୍ନ ପ୍ରକାର ର ପ୍ରକଳ୍ପ କୁନି କୁନି ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା l ବର୍ତମାନ ଯେଉଁଭଳି ଜଳ ସ୍ତର କ୍ରମଶଃ ହ୍ରାସ ପାଉଛି ତାର କିପରି ପ୍ରତିକାର କରାଯଇପାରିବ ସେଥିପାଇଁ ଜଳର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯଇଥିଲା l ପ୍ରାକୃତିକ ବିପର୍ଯ୍ୟୟ କୁ କିପରି ରୋକାଯାଇପାରିବ ସେଥିପାଇଁ ପିଲାଙ୍କ ଭିତରେ ପ୍ରେରଣା ର ବାର୍ତ୍ତା ଦିଆଯାଇଥିଲା l ଜଳବାୟୁ ପ୍ରଦୂଷଣ କୁ କିପରି ରୋକାଯାଇପାରିବ l ଗମନାଗମନ ର ସରଳକରଣୀ ଉପରେ ପ୍ରକଳ୍ପ, ମୃତ ଅଗ୍ନାୟୀଗିରି ରୁ ଲାଭ କାହିଁକି ଉର୍ତ୍ପର୍ଣ୍ଣ ହୁଏ ଆଉ ସାଜିବ ନିର୍ଜୀଵ ସମ୍ପର୍କ ସାମୁହିକ ସୂଚନା ପ୍ରଦାନ କରିଥିଲେ ଆହୁରି ଅନେକ ବିଷୟରେ ପ୍ରକଳ୍ପ ମଧ୍ୟରେ ବୁଝାଇଥିଲେ କୁନି କୁନି ବଜ୍ଞାନିକମାନେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ l ଏମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଟ ପ୍ରକଳ୍ପ ଆଣିଥିବା ପିଲାଙ୍କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା କୁ ଚୟନ କରାଯିବ l ଏମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେଲେ ନିଶ୍ଚିତ ବିଦ୍ୟାଳୟ ର ନାମ ରଖିବେ ବୋଲି ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ତୋଫାନ ଦଳାଇ କହିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ