October 5, 2024

ଛତ୍ରପୁର ରୋଟାରୀ କ୍ଲବ ର ପ୍ରତିଷ୍ଠା ଦିବସ ପାଳିତ ହେଲା 

Share

 

ଛତ୍ରପୁର- ତା. ୩୧/୭/୨୪ (ଅରୁଣ କୁମାର ପଣ୍ଡା )ଛତ୍ରପୁର ରୋଟାରୀ କ୍ଲବ ର ୧୭ ତମ ପ୍ରତିଷ୍ଠା ଦିବସ କ୍ଲବ ର ସଭାପତି ରୋଟାରୀଆନ୍ ଡ଼ଃ. ବିମଲ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି ।

ଏହି ପ୍ରତିଷ୍ଠା ଦିବସରେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି. ଅଜୟ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଲବର୍ ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ କ୍ଲବ୍ ର ଭୂୟସୀ ପ୍ରଶଂସିତ କରିଥିଲେ ।

ଜୋନାଲ ଅଧ୍ୟକ୍ଷ ରୋଟାରୀୟାନ୍ ମିହିର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କ୍ଲବର ଗାରିମା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରତିପାଦିତ କରିଥିଲେ । କ୍ଲବ ର ପ୍ରତିଷ୍ଠା ସମ୍ପାଦକ ରୋଟାରୀଆନ ସୁରଜିତ ସାମନ୍ତରାୟ ରୋଟାରୀ କ୍ଲବ ଦ୍ଵାରା କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ରୋଟାରୀୟାନ୍ ଧନଞ୍ଜୟ ରେଡ୍ଡୀ ଓ ସୁଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ଲବ ସମ୍ପାଦକ ଦ୍ଵାରିକା ପଟ୍ଟନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ରୋଟାରୀ ପରିବାର ଙ୍କ କୁନିକୁନି ପିଲାମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ତାଳରେ ନୃତ୍ୟ ପରିବେଷଣ କରାଯାଇଥିଲା ।