November 25, 2024

ଉମରକୋଟ ଅବକାରୀ ବିଭାଗ ଦ୍ଵାରା 35 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ……….

Share

ଉମରକୋଟ – (ଏମ୍.ଦିନା°ଶୁ ଆଚାରୀ)ଆଜି ୩୧/୦୭/୨୪ ଉମରକୋଟ ଅବକାରୀ ବିଭାଗ ତରଫରୁ ୩୫କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଉମରକୋଟ ଅବକାରୀ ବିଭାଗ ତରଫ ରୁ ଦିଆ ଯାଇଥିବା ସୂଚନା ଅନୁସାରେ ଉମରକୋଟ ଅବକାରୀ ବିଭାଗ ର କର୍ମଚାରୀ ମାନେ କୌଣସି ସୂତ୍ର ରୁ ଖବର ପାଇଁ କୁନ୍ଦେଇ ଥାନା ଅନ୍ତର୍ଗତ ହିର୍ଲି ଗ୍ରାମ ର ଭୋଲେନ।ଥ ଗଣ୍ଡ ୧୯ ବର୍ଷ ଙ୍କ ଘର ଉପରେ ଚଡ।ଉ କରିଥିଲା ଓ ଭୋଲେ ନାଥ ବ।ଡ଼ିପଟ ରୁ ୩୫କିଲୋ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ଟିମ। ଏହି ଚଡ।ଉ ସମୟ ରେ ଉମରକୋଟ ରେଞ୍ଜ ର ଅବକାରୀ ନିରୀକ୍ଷକ ରଞ୍ଜୁ ଲତା ବାରିକ, ରାଇଘର ଅବକାରୀ ଥାନାର ଉପ ନିରୀକ୍ଷକ ସୁଶିଲ କୁମାର ଭୂଆ, ଏଏସଆଇ ମାଖନ ହାଲଦାର, ଅବକାରୀ ବିଭାଗର କନେଷ୍ଟବଳ ସୁବାସ ଗୌଡ଼, ସୁଧାଂଶୁ ଶେଖର ବାଗ, ଅ।କ୍ରମ ଖାନ, ଜ୍ୟୋତ୍ସ୍ନା ହରିଜନ, ବିବେକାନନ୍ଦ ସାହୁ, ପ୍ରସାଦ ବଳବନ୍ତରାୟ, ଆକାଶ ଶବର ଓ ଅନନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଅପରାହ୍ନ ରେ ଭୋଲେନାଥ କୁ ଉମରକୋଟ ଅତିରିକ୍ତ ଜିଲ୍ଳା ଦୌର। ଜଜ ଙ୍କ କୋର୍ଟ ରେ ହ।ଜର କରିଥିଲେ ଅବକାରୀ କର୍ମଚାରୀ ମାନେ। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ କୁ ଜେଲ କୁ ପଠାଇ ଦିଆଯାଇଛି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed