October 5, 2024

ପ୍ରାଚୀନ ଓଡ଼ିଶୀ ଓ ଗାନ୍ଧାର କଳା କୁ ଉଜ୍ଜୀବିତ କରିବା ପ୍ରୟାସ

Share

 

କଟକ/ଗୁଣୁପୁର , -(ସୁରେନ୍ଦ୍ର ମହାନ୍ତି )ଉତ୍କୃଷ୍ଟ କଳା ସଂସ୍କୃତି ବିମଣ୍ଡିତ ଆମ ରାଜ୍ୟ ଓଡିଶା । ଅନନ୍ୟ ଓ ଅଦ୍ୱିତୀୟ ବିଭବ ମଣ୍ଡନ କରିଛି ଆମ ପ୍ରାଚୀନ କଳା, ସାହିତ୍ୟ ଓ ସଂସ୍କୃତି । ଏପରି ଏକ କଳା ହେଉଛି ଗାନ୍ଧାର କଳା । ଧୀରେ ଧୀରେ ଆଧୁନିକତାର ପ୍ରାଚୁର୍ୟ୍ଯ ସାମ୍ଭାର ମଧ୍ୟରେ ହଜି ଯିବାକୁ ବସିଛି ଏହି ପ୍ରାଚୀନ କଳା । ପ୍ରାଚୀନ, ଓଡିଶୀ ସଂଗୀତ, ଓଡ଼ିଶୀ ସଂକୀର୍ତ୍ତନ ଜନ ମାନସ ପଟରେ ଆଉ ଶୁଣିବାକୁ କି ଦେଖିବାକୁ ବିଶେଷ ଭାବରେ ମିଳୁନାହିଁ । ଏଭଳି କଳା କୁ ଉଜ୍ଜୀବିତ କରିବା, ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡିଛନ୍ତି କଟକ ଜିଲ୍ଲା କଣ୍ଟାପଡା ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣସାଇଲ ଗ୍ରାମର ବେଦାଚାର୍ୟ୍ଯ ପଣ୍ଡିତ ଶକ୍ତି ପ୍ରଜ୍ଞା ଆଚାର୍ଯ୍ୟ । କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା,ଯାଜପୁର ପ୍ରଭୃତି ଜିଲ୍ଲାରେ ବୁଲିବୁଲି ଏଭଳି ପ୍ରାଚୀନ କଳା କୁ ଲୋକଲୋଚନକୁ ଆଣିବା ସହ ଭବିଷ୍ୟତ ର ପିଢ଼ି ଏହାକୁ ଶିଖିବା ପାଇଁ ସଂକୀର୍ତ୍ତନ ମାଧ୍ୟମରେ କାର୍ଯ୍ୟକ୍ରମ ମାନ କରି ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଆଧ୍ୟାତ୍ମିକ ବିଚାର ଓ ପରିବେଶ ମଧ୍ୟରେ ଗାୟକ, ବାହକ ଓ ପାଳିଆଙ୍କ ସହ ବେଶ ଭାବଭଙ୍ଗିରେ ପରିବେଷଣ କରୁଛନ୍ତି ।