October 5, 2024

କୁଜଙ୍ଗ ପୋଲିସକୁ ବଡ଼ ସଫଳତା..

Share

 କୁଜଙ୍ଗ ପୋଲିସ ପଞ୍ଝାରେ ତିନି ଡ଼କାୟତ, ଥର ହର ହେଉଛି ଡ଼କାୟତ ଗ୍ରୁପ୍,ହରଡ଼ ଘଣାରେ ପଡ଼ି ତିନି ଜଣ ଡ଼କାୟତ ଏବେ ଜେଲ୍ ଚାରୀ କାନ୍ଥ ଭିତରେ ଚକି ଫେସିବେ,।କୁଜଙ୍ଗ ପୋଲିସକୁ ଆଉ ଏକ ବଡ଼ ସଫଳତା।ତିନି ଜଣ ଡ଼କାୟତକୁ ଗିରଫ କରିଛି କୁଜଙ୍ଗ ପୋଲିସ।ଷୋହଳ ନମ୍ବର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଡକାୟତ କରିବା ଘଟଣାରେ କୁଜଙ୍ଗ ପୋଲିସକୁ ମିଳିଛି ବଡ ସଫଳତା।ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପନ୍ଦର ହଜାର ଟଙ୍କା ଓ ଦୁଇଟି ସୁନା ମୁଦି ଗୋଟିଏ ଚେନକୁ ଜବତ କରିଛି ପୋଲିସ।ତିର୍ତ୍ତୋଲ ଏସ୍ ଡି ପିଓ ଚିନ୍ମୟ ରାଉତ କୁଜଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଓ ଲକ ଥାନା ଅଧିକାରୀ କୁଳମଣି ସେଠିଙ୍କ ପକ୍ଷ୍ୟରୁ ଆଜି କୁଜଙ୍ଗ ଥାନା ପରିସରରେ ଏକ ପ୍ରେସ ମିଟ୍ କରାଯାଇଛି।ତେବେ ପୋଲିସର ସୂଚନା ଅନୁସାରେ ଷୋହଳ ନମ୍ବରର ହିମାଂଶୁ ତନୟା ଆଚାର୍ଯ୍ଯଙ୍କ ଲିଖିତ ଅଭିଯୋଗ ଅନୁସାରେ ତିନି ଜଣ ଅଭିଯୁକ୍ତ ଲୁଟ କରିବାକୁ ତାଙ୍କ ଘରକୁ ଜାଇଥିଲେ।ଜଣେ ଅଭିଯୁକ୍ତ ବାହାରେ ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଘର ଭିତରକୁ ପ୍ରବେଶ କରି ତାଙ୍କ ଶ୍ୱଶୁର ଦେବୀ ପ୍ରସାଦ ମିଶ୍ରଙ୍କୁ ଖଣ୍ଡାରେ ହାଣି ଚାଳିଶ ହଜାର ଟଙ୍କା ସହ ଆନୁମାନିକ ଦୁଇ ଲକ୍ଷ୍ୟ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟ କରି ନେଇଯାଇଥିଲେ।ମୁଖ୍ୟ ଅଭିଯୁକ୍ତ ଜଣେ ପେସାଦାର ଅପରାଧି ଓ ତାର ନାମରେ 30 ରୁ ଉର୍ଦ୍ଧ ଅପରାଧିକ ମାମଲା ଅଛି ଓ ତାର ସହଯୋଗୀ ନାମରେ ତିନି ଅପରାଧିକ ମାମଲା ଅଛି।ସୁନା କିଣିଥିବା ଅଭିଯୋଗ ରେ ଅନ୍ୟ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଥିବା ସେ ପ୍ରକାଶ କରିଛନ୍ତି। କୁଜଙ୍ଗ ଅଞ୍ଚଳ ରେ ବିଭିନ୍ନ ଅପରାଧ କରୁଥିବ ଅପରାଧୀଙ୍କୁ ଚତୁରତା ସହ କାବୁ କରାନ୍ତି କୁଜଙ୍ଗ ଆଇଆଇସି ରଶ୍ମୀରଂଜନ ଦାସ।ଆଜି ତିନି ଅପରାଧୀଙ୍କୁ କାବୁ କରିଥିବା ନେଇ କୁଜଙ୍ଗ ଅଞ୍ଚଳ ବାସି କୁଜଙ୍ଗ ପୋଲିସ୍ ଙ୍କୁ ଭୂୟୀୟସୀ ପ୍ରଶଂସା କରିଛନ୍ତି।

ବାଇଟ – ଚିନ୍ମୟ ରାଉତ , ଏସ୍ ଡି ପିଓ ତିର୍ତୋଲ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )