November 25, 2024

ଝାରସୁଗୁଡ଼ା ହୋଟେଲ ମେ ଫେୟାର ଏସ ୟୁ ଜେର ମିଡ଼ିଆ କନକ୍ଲେଭ ଅନୁଷ୍ଠିତ ବରିଷ୍ଠ ସାମ୍ବାଦିକ ଗରୁଡ଼ ଚୌଧୁରୀ ସମ୍ବର୍ଦ୍ଧିତ 

Share

ପାରଳାଖେମୁଣ୍ଡି:୨୮/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଝାରସୁଗୁଡା ଜିଲାର ସଦର ମହକୁମା ଝାରସୁଗୁଡ଼ା ହୋଟେଲ ମେ ଫେୟାର ଠାରେ ଏସ ୟୁ ଜେ ର ରଜ୍ୟ ସ୍ତରୀୟ ମିଡ଼ିଆ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛିଏଥିରେ ରାଜ୍ୟ ଏସ ୟୁ ଜେ ସଭାପତି କୈଳାଶ ନାୟକ ସ୍ବାଗତ ଭାଷଣ ଦେବା ସହ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ,ଭୁବେନଶ୍ବର ଠାରେ ସାମ୍ବାଦିକ ଅତିଥି ଭବନ, ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ଗୁଡ଼ିକ ପୁରଣ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମ୍ମୁଖରେ ଦାବି ରଖିଥିଲେ l ଏହି ରାଜ୍ୟ ସ୍ତରୀୟ ମିଡ଼ିଆ କନକ୍ଲେଭ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ l ସେ ତାଙ୍କ ଉଦବୋଧନ ରେ ସାମ୍ବାଦିକ ମାନଙ୍କ ଦାବୀ ଗୁଡ଼ିକ ପୁରଣ କରିବା ଦିଗରେ ନିଶ୍ଚିତ ଭାବେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ପ୍ରଥମ ଅଧିବେଶନରେ “ସହନୀୟ ବିକାଶ ପାଇଁ ଗଣ ମାଧ୍ୟମ ଓ ଶିଳ୍ପ ସଂସ୍ଥାଙ୍କ ଭୂମିକା”ଶୀର୍ଷକ ବିଷୟବସ୍ତୁ ଉପରେ ଆଇ ଆଇ ଏମ ସମ୍ବଲପୁରର ପ୍ରଫେସର ସୁଜିତ ପୁସେଠ ବେଦାନ୍ତ ଆଲୁମିନା ର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ସୁନୀଲ ଗୁପ୍ତାଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ l ସେହିପରି “ଗଣ ମାଧ୍ୟମର ବିଶ୍ୱସନୀୟତା ବଜାୟ ରଖିବା ଏକ ଆହ୍ଵାନ”ଶୀର୍ଷକ ବିଷୟବସ୍ତୁ ଉପରେ ଗଣ ଇସ୍ତାହାରର ସଂପାଦକ ଡ. ପ୍ରଦୀପ କୁମାର ହୋତା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ , ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରୁସଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ପ୍ରମୁଖ ଯୋଗ ସାମ୍ବାଦିକ ମାନଙ୍କର ଦାବୀ ଗୁଡ଼ିକ କୁ ପୂରଣ କରିବା ପାଇଁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଝା ରୁସଗୁଡା ଜିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ) ଦ୍ବାରା ଆୟୋଜିତ ଏହି ସମାବେଶ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ l ଏହି ସମାବେଶ ରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଙ୍କୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉପଢୌକନ ଏବଂ ସିଲ ଦେଇ ସମ୍ମାନିତ କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ଏସ ୟୁ ଜେ ର ରାଜ୍ୟ ଉପ ସଭାପତି କୀର୍ତ୍ତି ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଝାରୁସଗୁଡା ସାମ୍ବାଦିକ ସଂଘର ଏହି ସମାବେଶ ର ମୂଖ୍ୟ ଆୟୋଜକ ସନ୍ତୋଷ ମିଶ୍ର ଓ ମେହେବୁବ ମହତାବ, ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସାଧାରଣ ସଂପାଦକ ସନ୍ତୋଷ ସାହୁ ପ୍ରମୁଖ ଙ୍କ ଉଦ୍ୟମରେ ଅନୁଷ୍ଠିତ ହେଇଥିଲା ଏହି ଅଧିବେଶନ ରେ ଗଜପତି ଜିଲ୍ଲାର ବରିଷ୍ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ତାରିଣୀ ପ୍ରାସାଦ ପଣ୍ଡା, ଗଣେଶ ରାଜୁ, ରଶ୍ମିରଞ୍ଜନ ମିଶ୍ର, କୃଷ୍ଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ l

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed