May 14, 2026

ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ ଯୋଗଦେଲେ ଶତାଧିକ ମହିଳା

IMG-20230305-WA0082
Share

 

ହାଟଡିହି,କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ମଣ୍ଡଳ ରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଯାଇଅଛିି। ଆଇନୀଜୀବୀ ତଥା ସମାଜ ସେବି ଝାନ୍ସୀ ରାଣୀ ଦାସଙ୍କ ନେତୃତ୍ବରେ ମାଭାଟିଆଶୁଣୀ ପୀଠରେ ଏକ ସଭାର ଆୟୋଜନ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ପ୍ରତିନିଧି ସନାତନ ବେହେରା ସମ୍ମାନିତ ଅତିଥୀ,ପୂର୍ବତନ ସରପଞ୍ଚ ପ୍ରଣୟ କୁମାର ସା, ବ୍ରଜ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜୁବାବୁଙ୍କ ଅତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ।ପ୍ରଥମେ ମା ଭାଟିଆଶୁଣୀ ପୀଠରେ ପୂଜାର୍ଜନା କରି ଶତାଧିକ ମହିଳା ଓ ପୁରୁଷ ପଦଯାତ୍ରା କରି ଶାଳଣିଆଁ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୂଷ୍ପମାଳ ସହ ମାଲ୍ୟାର୍ପଣ କରିଥିଲେ।ପରେ ଏକ ସଭାର ଆୟୋଜନ କରାଯାଇ ମିଶନ୍ ଶକ୍ତିର ମହିଳା ମାନଙ୍କ ଦ୍ବାରା ବିଜୁବାବୁଙ୍କ ଜୀବନ କାହାଣୀ ଉପରେ ଅଭିଭାଷଣ ରଖାଯାଇ ଥିଲା।ଏଥିରେ ଶାଳଣିଆ ମଣ୍ଡଳର ବିଜେଡି କର୍ମୀ ଅନ୍ତର୍ଯ୍ୟାମୀ ଯେନା,ପ୍ରମୋଦ ପଟ୍ଟନାୟକ ,ସନାତନ ଖଣ୍ଡେଇ,ସୂର୍ଯ୍ୟମଣୀ ସା,କୌଳାସ ଚନ୍ଦ୍ର ବେହେରା,ସହ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।