October 5, 2024

ପ୍ରବଳ ବର୍ଷା ସ୍ୱତେ ଜ଼ିଲ୍ଲାପାଳ ମହାଜନ ଙ୍କ ମାଓ ଉପଦୃତ ଚନ୍ଦ୍ରପୁର ବ୍ଲକ ର ବିଭିନ୍ନ ପଂଚାୟତ ଗସ୍ତ 

Share

 

ରାୟଗଡା : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ପ୍ରବଳ ବର୍ଷା ସ୍ୱେତେ ମଧ୍ୟ୍ୟ ଆଜି 25/07/2924 ତାରିଖ ରେ ଠିକ 11 ଘଂଟିକା ସମୟରେ ରାୟଗଡା ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଠିକ 11 ଘଂଟିକା ସମୟରେ ଚନ୍ଦ୍ରପୁର ପଂଚାୟତ ସମିତି କାର୍ୟଳୟ ରେ ପହଂଚି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l ପରେ ଚନ୍ଦ୍ରପୁର ପଂଚାୟତ ଆନ୍ତର୍ଗତ ଆଜିପାଙ୍କା ଠାରେ ନିର୍ମିତ ଡିଗ୍ରୀ କଲେଜ ର ନିର୍ମାଣ କାମ କୁ ଦେଖୁଥିଲେ l ପରେ ମାଓ ଉପଦୃତ ବିଜାପୁର ପଂଚାୟତ ର କମପଦର ଗାଁ କୁ ଯାଇ ଜ୍ୟୋତିର୍ମୟୀ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପରିଚାଳିତ କୁକୁଡ଼ା ଫାର୍ମ କୁ ପରିଦର୍ଶନ କରିବା ସହିତ କିପରି ଏହାର ବାଣିଜ୍ୟ ବ୍ୟବସାୟ ଚାଲିଛି ପଚାରିବୁଝିଥିଲେ l ପରେ ବିଜାପୁର ଗ୍ରାମ କୁ ଯାଇ ମହୁଚାଶ, ଅମୃତ ସରୋବର ଓ 5 ଟି ସ୍କୁଲ ବୁଲିଦେକିବା ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଚତୁର୍ଥ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ପ୍ରଧାନ ଶିକ୍ଷକ ରାମନାଥ ପ୍ରତି ଙ୍କ ସମତେ ଅନ୍ୟ ଶିକ୍ଷକ କାର୍ଯ୍ୟକ୍ରମ ସମ୍ପର୍କ ରେ ସ ଅବଗତ କରିଥିଲେ l ଜ଼ିଲ୍ଲାପାଳ ଙ୍କ ବିଜାପୁର ଗସ୍ତ ସମୟରେ ଜ଼ିଲ୍ଲାପାଳ ଗ୍ରାମବାସୀ ଙ୍କସହିତ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ l ସମଗ୍ର ପଂଚାୟତ ରେ ସରକାର ଙ୍କ ଉନୟନ ମୂଳକ କାମକୁ ଜଣେ ଶିକ୍ଷକ ଠିକାଦାର କାମକରୁଥିବା ନେଇ ଅଭିଯୋଗ କରିଥିଲେ l ସୁରୁଲୁ ଠାରୁ ପାଁକାଳ ରାସ୍ତା କାମ କୁ ସମ୍ପୃକ୍ତ ଶିକ୍ଷକ ନିର୍ମାଣ କରି ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ କରିବା ସହିତ ତଦନ୍ତ ପାଇଁ ଦାବି କରିଥିଲେ l ପରେ ଜ଼ିଲ୍ଲାପାଳ ଆଦର୍ଶ ବିଦ୍ୟାଳୟ କୁ ପରିଦର୍ଶନ କରି ଆଭବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ଶେଷରେ ଡଙ୍ଗୋସୋରଡ଼ା ପଂଚାୟତ କୁ ଯାଇ ଏସ ଏଚ ଜି ଗ୍ରୁପ ଦ୍ୱରା କରାଯାଇଥିବା କଦଳୀ ଚାଷ ବୁଲି ଦେଖିଥିଲେ l. ଜ଼ିଲ୍ଲାପାଳ ଙ୍କ ସହିତ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଅକ୍ଷୟ କୁମାର ମାଲିକ, ଏ ଇ ଇ ବିଶ୍ୱଜିତ ମିଶ୍ର, ଏ ଇ ବିକାଶ ମହାପାତ୍ର ଓ ଏ ପି ଓ ବିନୟ ପାଣି ଗସ୍ତ କରିଥିଲେ l ଏ ଇ ବିକାଶ ମହାପାତ୍ର ବ୍ଲକ ରେ ଚାଲିଥିବା ଉନୟନ ମୂଳକ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କ ରେ ଅବଗତ କରାଇଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ