November 25, 2024

ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ

Share

ପଦମପୁର : ତା ୨୪/୦୭- (ଉପାନ୍ତ ଖବର) ପଦ୍ମପୁର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ (କଲ୍ୟାଣ ବିଭାଗ) ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ଧରୁଆଙ୍କ ସଭାପତିତ୍ବରେ ଔଦ୍ୟୋଗିକ ଚିନ୍ତାଧାରାବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜବୋଡ଼ାସମ୍ବର, ଗାଇସିଲେଟ, ପାଇକମାଲ ଓ ଝାରବନ୍ଧ ବ୍ଲକର ୯୮ ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ। ଆମେରିକା ଆଧାରିତ ମେକରଘାଟ୍ ଏକ ବେସରକାରୀ (ଏନ୍ ଜି ଓ) ଅନୁଷ୍ଠାନ ଯିଏକି ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କର ଔଦ୍ୟୋଗିକ ଚିନ୍ତାଧାରାକୁ ବିକଶିତ କରିବାକୁ ମେକର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସହାୟକ ହୋଇଥାଏ। ଗତ ୨୦୨୨ ମସିହାରୁ ବରଗଡ଼ ଶିକ୍ଷା ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ମେକରଘାଟ୍ କାର୍ଯ୍ୟକ୍ରମ ସମସ୍ତ ମାଧ୍ୟମିକ ସ୍କୁଲରେ ସଫଳତାର ସହିତ ଚାଲୁଅଛି ଏବଂ ଚଳିତବର୍ଷ ସେଥିରେ ଆଉକିଛି ନୂତନ ଚିନ୍ତାଧାରା ସମ୍ମିଳିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବରେ ଶ୍ରୀ ଆଦର୍ଶ ପଟ୍ଟନାୟକ,ଶ୍ରୀ ସତ୍ୟଜିତ ନାଏକ ଓ ଶ୍ରୀ କପିଳାସ ଅଦାବର୍ ସୁନ୍ଦର ଭାବରେ ଉପସ୍ଥାପନ କରିବା ସହ କ୍ରିୟାକଳାପରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ ପଟ୍ଟନାୟକ ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ଶତପଥୀ ମଧ୍ୟାହ୍ନ ବିରତି ଆଗରୁ ଶିବିରରେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଶିକ୍ଷଣ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed