October 5, 2024

ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ସରକାରୀ ଜାଗାରେ ମରାଯାଇଥିବା ବୋର୍ଡ ହୋଇଗଲା ରାତାରାତି ଉଭାନ ତହସିଲଦାର ଙ୍କ ନଜର ନାହିଁ..

Share

 

ନବରଙ୍ଗପୁର/ରାଇଘର:-(ଏମ.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କୋଦଭଟ୍ଟା ସାହିର ପୁରୁଣା ଥାନା ସମ୍ମୁଖରେ ଥିବା ଏକ ସରକାରୀ ଜାଗାକୁ ଜଣେ ବ୍ୟକ୍ତି ସରକାରୀ ଜାଗା ଜବର ଦଖଲ କରି ରଖିଥିବା ବେଳେ ଏହା ପ୍ଲଟିଙ୍ଗ କରି ବିକିଆସୁଥିବା ବେଳେ ଗ୍ରାମବାସି ଏହାକୁ ବିରୋଧ କରି ୨0୨୩ ମସିହାରେ ରାଇଘର ତହସିଲଦାର ଭାବେ ଦାୟିତ୍ୱରେ ଥିବା ଜଗୁ ପୂଜାରୀ ଙ୍କୁ ଅଭିଯୋଗ କରିଥିଲେ ନବରଙ୍ଗପୁର ପ୍ରଶାସନ ଏବଂ ରାଇଘର ତହସିଲଦାର ୨0୨୩ ମାର୍ଚ୍ଚ ୨୧ ତାରିଖ ଦିନ ଉକ୍ତ ଜାଗାରେ ସଂରକ୍ଷିତ ସେରକାରୀ ଜମି ହିସାବରେ ଦୁଇଗୋଟି ବୋର୍ଡ ମାରି ଦେଇଥିଲେ ବୋର୍ଡ ମଧ୍ୟ ସେମିତି ଲାଗିଥିଲା ଗୋଟିଏ ବୋର୍ଡ ଆଗରୁ ଭାଙ୍ଗି ଫିଙ୍ଗି ଦେଇଥିବା ବେଳେ ସପ୍ତାହ ପୂର୍ବରୁ କେହି ଜାଣିଶୁଣି ସରକାରୀ ବୋର୍ଡ କୁ ଉଠେଇବାକୁ ଚେଷ୍ଟା କରି ବିଫଳ ହୋଇ ଅଧା ଉଠେଇ ସେମିତି ଛାଡି ଦେଇଥିଲେ ଏହି ଘଟଣା କିଛି ଲୋକେ ରାଇଘର ଆର. ଆଇ ଙ୍କୁ ଅଭିଯୋଗ କରିଥିଲେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ଆର. ଆଇ ପହଂଚି ବୋର୍ଡ କୁ ପୁଣି ଭଲରେ ପୋତିଦେଇଥିଲେ କିନ୍ତୁ ରବିବାର ରାତିରେ କେହି ଜାଣିଶୁଣି ମରାଯାଇଥିବା ବୋର୍ଡ କୁ ଉଠେଇଦେଲେ ଫଳରେ ସାହିବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି, ସରକାରୀ ଜାଗାକୁ ଜବରଦେଖଲ କରିବା ଏକ ଦଣ୍ଡନିୟ ଅପରାଧ କିନ୍ତୁ ଏହି ବୋର୍ଡ କୁ ରାତାରାତି ଉଠେଇ ଉଭାନ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବେ ଦେଖୁବାକୁ ବାକି ରହିଲା ରାଇଘର ତହସିଲଦାର ଉକ୍ତ ଘଟଣା କୁ ନେଇ ଦୋଷୀ ବିରୁଦ୍ଧରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।