August 27, 2026

ବରଗଡ଼ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

IMG-20240722-WA0035
Share

 

ସମ୍ବଲପୁର,(ରାଜାରାମ ଷଡଙ୍ଗୀ): ଆଜି ବରଗଡ ବିକାଶ ମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ମୁଖ୍ୟ ଚିକିତ୍ସାଳୟ ମେନେଜରଙ୍କ ସହ ଆଗରୁ ବାକି ରହିଥିବା କାର୍ଯ୍ୟ ଗୁଡିକ ମଧ୍ୟରୁ ୩ ଗୋଟି ଲିଫ୍ଟ କାର୍ଯ୍ୟକ୍ଷମ ହେବା,ରୋଗୀ ମାନଙ୍କ ପ୍ରତିଷାଳୟରେ ପଂଖା ଚାଲୁକରିବା ବିଷୟରେ ସୁଚନା ହସ୍ତଗତ ହେଲା । ପଞ୍ଚମ ମହଲାରେ ବିରାଟ ପରୀକ୍ଷାଗାରର ନିର୍ମାଣ କାର୍ଯ୍ୟ ଚାଲୁଛି ଓ ଏହା ରୋଗୀ ମାନଙ୍କୁ ସେବା ପ୍ରଦାନ କରିବାରେ ବହୁତ ସାହାଯ୍ୟ କରିବ ବୋଲି ମେନେଜର ସୁଚନା ଦେଇଥିଲେ ଓ ପ୍ରତିନିଧି ଦଳ ଏହା ପରିଦର୍ଶନ ମଧ୍ୟ କରିଥିଲେ । ପରେ କେନ୍ସର ୱାର୍ଡ ବୁଲି ଡାକ୍ତର ନରେଶ ପ୍ରଧାନଙ୍କ ସହ ଆଲୋଚନା ବେଳେ ସେ ବିଭିନ୍ନ ଅସୁବିଧା ତଥା ତାହାର ସମାଧାନ ଉପରେ ଆଲୋଚନା କରିଥିଲେ ।ଏ ଗୁଡିକର ସମାଧାନ ହେଲାପରେ ହିଁ ଉଚିତ ରୋଗୀ ସେବା ହୋଇ ପାରିବ ବୋଲି ଡାକ୍ତର ପ୍ରଧାନ ମତବ୍ୟକ୍ତ କରିଥିଲେ ।ଉକ୍ତ ପ୍ରତିନିଧି ମଣ୍ଡଳୀ ରେ ସର୍ବଶ୍ରୀ ଅଭିଜିତ୍ ପ୍ରତିହାର, ଗୋବିନ୍ଦ ଦାଶ, ଆଶୁତୋଶ ରଥ,ସର୍ଦାର ପ୍ରୀତମ୍ ସିଂହ, ମନୋରଂଜନ ପୂଜାରୀ ଓ ଏମ୍ ଡି.ଅସଲମ୍ ସମ୍ମିଳିତ ହୋଇଥିଲେ ।