October 5, 2024

ଶୀତଳ ଭଣ୍ଡାର ନ ଥିବାରୁ ପରିବା ଦର ଆକାଶ ଛୁଆଁ.

Share

 

କାଶୀନଗର

ତା 22/7/24

କାଶୀନଗର ତଥା ଏହାର ଆଖ ପାଖରେ ଅଞ୍ଚଳରେ ବିଭିନ୍ନ ପ୍ରକାର ପନି ପରିବା ହେକ୍ଟର ହେକ୍ଟର ଜମିରେ ଚାଷ କରି ଅନେକ ଚାଷୀ ନିଜ ନିଜ ଗୁଜରାଣ ମେଣ୍ଟେଇ ଥାନ୍ତି. କିନ୍ତୁ ପରିତାପର ବିଷୟ ଏହି ଯେ ସବୁବେଳେ ସ୍ଥାନୀୟ ପ୍ରଶାସନ ସରକାରୀ ସ୍ତରରେ ଅନେକ ଅନୁଦାନ ଆସିଲେ ମଧ୍ୟ ଏ ଯାଏଁ ଏଠାରେ ଶୀତଳ ଭଣ୍ଡାର ପାଇଁ କୌଣସି ଗୋଟେ ହେଲେ ଯୋଜନା ଥିବା ମନେ ହେଉ ନାହିଁ. ଚାଷୀ ଅମଳ କରିବା ବେଳେ ଶସ୍ତାରେ ବେପାରିକୁ ବିକ୍ରି କରିବାକୁ ବାଧ୍ୟ ହୁଏ କାରଣ ଯଦି ସେ ପରିବା ଠିକ ସମୟରେ ବିକ୍ରି ନ କରିବ ତା ହେଲେ ରଖିବ କେଉଁଠି ଯେହେତୁ ଏଠାରେ ପରିବା ସାଇତି ରଖିବା ପାଇଁ କୌଣସି ଶୀତଳ ଭଣ୍ଡାର ନାହିଁ.ଯାହା ଫଳରେ କମ ମୂଲ୍ୟ ଦେଇ ବେପାରି କିଣି ପରିବା ବଜାରକୁ ନିଜ ନିୟନ୍ତ୍ରଣ ରେ ରଖି ଚାହିଦା ଅନୁସାରେ ଦର ସେ ନିଜେ ବଢ଼େଇ ଗ୍ରାହକ ମାନଙ୍କୁ ଶୋଷଣ କରେ. ମୁଖ୍ୟତଃ କାଶୀନଗର ଅଞ୍ଚଳ ର ବଂଶଧାରା ନଦୀ ନିକଟବର୍ତ୍ତୀ ଗ୍ରାମ ଗୁଡିକ ଯଥା ବୁଦୁରା, କିତିଙ୍ଗି, ବୋଥଭା, ସାରା, ବାଡ଼ିଗାଁ, କୀଡୀଗାଁ, ରାଜପୁର, ଖୁରୀଗାଁ, ହରିପୁର ଗ୍ରାମରେ ବିପୁଳ ପରିମାଣରେ ପରିବା ଚାଷ କରାଯାଏ କିନ୍ତୁ ବର୍ତମାନ ଶୀତଳ ଭଣ୍ଡାର ନ ଥିବାରୁ କାଶୀନଗର ବାସି ଚଢା ଦରରେ ପନି ପରିବା କିଣିବାକୁ ବାଧ୍ୟ ହେଉଛନ୍ତି. ଜଣେ ପରିବା ବେପାରି ଆମ ପ୍ରତିନିଧି ଙ୍କୁ ସାକ୍ଷାତ କରି କହିଲେ ଯେ ସ୍ଥାନୀୟ ପନି ପରିବା ଯଦି ବଜାର କୁ ଆସେ ତା ହେଲେ ପରିବା ଦର ଠିକ ରହିଥାଏ କିନ୍ତୁ ବର୍ତମାନ ପରିସ୍ଥିତି ଏମିତି ହୋଇଛି ଯେ କାଶୀନଗର ପରିବା ବଜାର ସମ୍ପୂର୍ଣ୍ଣ ରୂପେ ଆନ୍ଧ୍ର ପରିବା ଗାଡି ଗୁଡିକ ଉପରେ ନିର୍ଭର କରୁଛୁ ବୋଲି କହିଥିଲେ. ସ୍ଥାନୀୟ ପ୍ରଶାସନ ଚାଷୀ ମାନଙ୍କ ଏହି ସମସ୍ୟା ଖୁବ ଶୀଘ୍ର ପୂରଣ କରିବାକୁ ଦାବୀ ହେଉଥିବା ସୂଚନା ମିଳୁଛି.

 

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର