November 25, 2024

ୟୁଥ୍ ଫର୍ ଭିଲେଜ୍ ପାଇଲା ସୋସିଆଲ ଇମ୍ପାକ୍ଟ୍ ଆୱାର୍ଡ଼ ୨୦୨୪

Share

ଗଞ୍ଜାମ ବ୍ଲକର ତାରିଣୀ ପଲ୍ଲୀ ଗ୍ରାମରେ ଗଢି ଉଠିଥିବା ୟୁଥ୍ ଫର୍ ଭିଲେଜ୍ ସ୍ବେଛାସେବୀ ସାମାଜିକ ସଙ୍ଗଠନକୁ ମିଳିଛି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା। ରକ୍ତଦାନ,ବୃକ୍ଷରୋପଣ,ଯୁବ ନେତୃତ୍ବ ଓ ବ୍ୟକ୍ତିତ୍ୱର ବିକାଶ, ସ୍ବାସ୍ଥ୍ୟ, ଶିକ୍ଷା,ସମୁଦ୍ର ବେଳାଭୂମି ସଫେଇ, ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଚ ଙ୍କ ସୁରକ୍ଷା,ସ୍ବଚ୍ଛତା,ଶିଶୁ ପ୍ରତିଭା ଓ ପରିବେଶ ତଥା ଅସହାୟ ଓ ଅନଗ୍ରସର ଶ୍ରେଣୀର ଲୋକଙ୍କ ଅଧିକାର ପାଇଁ ୨୦୧୨ ମସିହାରୁ ଅଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛନ୍ତି। ସଂଗଠନର ଏହିଭଳି କାର୍ଯ୍ୟ ନିମନ୍ତେ ରାଜ୍ୟର ଅଗ୍ରଣୀ ସଂସ୍ଥା ‘ୱି ଫର୍ ୟୁ’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସମ୍ବର୍ଧନା ସଭାରେ ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼ ୨୦୨୪ ରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ଡି ଦେବହରି ରେଡ୍ଡୀ, ସଭାପତି କୈଳାଶ ଚନ୍ଦ୍ର ସେଠୀ,ପୂର୍ବତନ ସଭାପତି ଚୈତନ୍ୟ ରେଡ୍ଡୀ, ପୂର୍ବତନ ସମ୍ପାଦକ ଦୀପକ କୁମାର ସାହୁ,ବାଳକୃଷ୍ଣ ସାହୁ ଓ କୁନି ସ୍ବେଛାସେବୀ ଡି ବ୍ରିଶାଙ୍କ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ସମର୍ଦ୍ଧନା ଗ୍ରହଣ କରିଛନ୍ତି।

ଏହି ସମର୍ଦ୍ଧନା ପାଇବା ପରେ ସିଆର୍ପିଏଫ କମାଣ୍ଡଣ୍ଟ ଶ୍ରୀ ଯୁଗୋଳ କିଶୋର ମହାପାତ୍ର, ଓଡିଶା ସମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଭରୋସା ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ,ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ କ୍ଷେତ୍ରୀୟ ଅଧିକାରୀ ଅମିତ୍ ବେହେରା, ଶିକ୍ଷାବିତ୍ ଭିଗ୍ନରାଜ୍ ଦାସ, ଋଷିକୂଲ୍ୟା ରୟତ ସଂଘ ସଂପାଦକ ସିମାଞ୍ଚଳ ନାହାକ, ସାମାଜିକ କର୍ମୀ ନିରାକାର ବିଷୋୟୀ ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଗ୍ରାମବାସୀ ସଂଗଠନକୁ ଅଭିନନ୍ଦନ ଜଣାଇଛନ୍ତି।(ପ୍ରଦୀପ କୁମାର ପଣ୍ଡା )

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed