October 5, 2024

ନବରଙ୍ଗପୁର ଜିଲ୍ଲା ଚାନ୍ଦା ହାଣ୍ଡି ରେ ନିର୍ମାଣ ହେଉନି ପୋଲ, ଶବ ସତ୍କାର ନିମନ୍ତେ ହେବାକୁ ପଡୁଛି ନଦୀ ପାର………..

Share

 

ନବରଙ୍ଗପୁର/ଚନ୍ଦାହାଣ୍ଡି:-(ଏମ୍.ଦିନା°ଶୁ ଆଚାରୀ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ମୋହରା ନିକଟସ୍ଥ କୁକୁର ଜୋର ନାଳ ରେ ପୋଲ ନିର୍ମାଣ ହେତୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ଏପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁ ନାହିଁ ପୋଲ । ଯାହା ଫଳରେ ମହରା ମୁସଲିମ ସଂପ୍ରଦାୟର ଲୋକେ ଶବ ସତ୍କାର ନିମନ୍ତେ ଛାତିଭରା ପାଣିରେ ନଦୀ ପାରି ହୋଇ ଯାଉଛନ୍ତି । ଉକ୍ତ ନାଳ ଉପରେ ଏକ ପୋଲ ନିର୍ମାଣ ନିମନ୍ତେ ମୋହରା ସୁନ୍ନୀ ମୁସଲିମ କମିଟି ତରଫରୁ ବହୁବାର ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଅବଗତ କରାଇଥିଲେ ହେଁ ଫଳ କିଛି ହେଉନି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କୁ ବହୁ ବାର ମୁସଲିମ ସଂପ୍ରଦାୟ ତରଫରୁ ଅବଗତ କରାଇବା ପରେ ଦୁଇ ବର୍ଷ ପୂର୍ବେ ପୋଲ ନିର୍ମାଣ ନିମନ୍ତେ କୁକୁର ଜୋର ନାଳ ପରିଦର୍ଶନ ରେ ଯାଇଥିଲେ ଏବଂ ଚାରିଆଡେ ବୁଲି ଦେଖିବା ସହ ଉକ୍ତ ନାଳ ଉପରେ ପୋଲ ନିର୍ମାଣ ସହ ନଦୀ ପାଣିରେ କୂଳ ଖାଉଥିବା ସ୍ଥାନରେ ଗାର୍ଡ ଓାଲ ନିର୍ମାଣ କରାଇବା ନିମନ୍ତେ ଆଇ.ଟି.ଡ.ଏ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟ କରାଇବା ନିମନ୍ତେ ଯୋଯନା ପ୍ରସ୍ତୁତ କରାଇବେ ଏବଂ ଖୁବ୍ ଶିଘ୍ର ନାଳ ଉପରେ ପୋଲ ନିର୍ମାଣ କରାଯିବା ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ହୋଇ ପାରିଲାନି । ବର୍ତମାନ ସରକାର ପରିବର୍ତନ ହୋଇଥିବା ବେଳେ ଏହି ନାଳ ଉପରେ ପୋଲ ନିର୍ମାନ ହେବନା ନାହିଁ ଦେଖିବା ବାକି ରହିଲା ।ପ୍ରକାଶ ଥାଉକି ଉକ୍ତ ନାଳ ଦେଇ ସାଲେବିଡି, ବାବୁରିଆ ଆଦି ଗ୍ରାମର ଲୋକେ ଯିବା ଆସିବା କରୁଥିବା ସହ ଉକ୍ତ ନାଳ ଆରପାରିରେ ମୁସଲିମ ସମାଜର କବ୍ରସ୍ତାନ (ଶ୍ମଶାନ) ଏବଂ ହିନ୍ଦୁ ଧର୍ମାବଳମ୍ବୀ ଙ୍କ ଶ୍ମଶାନ ରହି ଥିବା ରୁ ବର୍ଷା ଦିନେ କାହାର ଦେହାନ୍ତ ହୋଇଗଲେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ବର୍ଷା ଦିନେ ଏହି ସଂପ୍ରଦାୟର ଲୋକଙ୍କ ଦେହାନ୍ତ ହେଲେ ଛାତିଏ ପାଣି ପାରି ହୋଇ ଶବ ନେଇ ଯାଇଥାନ୍ତି । ବହୁବାର ଶବ ସତ୍କାର ସମୟରେ ଅଘଟଣ ମଧ୍ୟ ଘଟିଛି । ଆଜି ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ବୋରିଗୁଡା ଗ୍ରାମର ଜୈନେକ ମୁସଲିମ ସଂପ୍ରଦାୟର ବ୍ୟକ୍ତି ଙ୍କ ମତ୍ୟୁ ହୋଇ ଯାଇଥିବା ବେଳେ ନଦୀରେ ବଢି ପାଣି ଆସିଥିବାରୁ ଲୋକେ ଭରା ନଇଁ ପାରୀ ଶବ ସତ୍କାର କରିଥିବା ଦେଖିବାକୁ ମିଳିଛି । ପ୍ରଶାସନ ତଥା ନବନିର୍ବାଚିତ ଜନପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଇ ଏହି ନାଳ ଉପରେ ପୋଲ ନିର୍ମାଣ କରିବାକୁ ମହରା ମୁସଲିମ ସମାଜ ତରଫରୁ ସୁଲତାନ ଅଲ୍ଲୀ, ଅବଦୁଲ କୟୁମ, ମୁରାଦ ଅଲ୍ଲୀ, ସାହାଦତ ଅଲ୍ଲୀ ପ୍ରମୁଖ ଦାବି ହୋଇଛି ।