October 5, 2024

ଘର ଛାତର ତାଜା ଖସିପଡ଼ି ଚାଲିଗଲା ପାଞ୍ଚ ବର୍ଷ ଝିଅ ଅବନ୍ତି ର ଜୀବନ..

Share

 

 

ରାୟଗଡା -ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋରପା ପଞ୍ଚୟତ, ବେର୍ଲାଙ୍ଗ ଗ୍ରାମର କମସିଙ୍ଗ କାଡ୍ରାକା ଙ୍କ ସାନ ଝିଅ ଅବନ୍ତି କାଡ୍ରାକା,ବୟସ ୫ ବର୍ଷ ହୋଇଥିବା ଅଙ୍ଗନବାଡ଼ି ର ଛାତ୍ରୀ ଥିଲେ ସେ ଗତ କାଲି ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଲାଗି ରହିଥିଲା ସେ ସମୟରେ ଝିଅ ଅମ୍ବନ୍ତି ଘର ବାହାର ବାରଣ୍ଡା ରେ ଖେଳୁ ଥିବା ବେଳେ ହଟାତ ଘର ଛାତ ର ତାଜା ଖସି ପଡ଼ିଥିଲା ,ପରେ ପରିବାର ଲୋକେ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବା ବେଳେ କୌଣସି କାରଣ ରୁ ଆମ୍ବୁଲାନ୍ସର ସୁବିଧା ପାଇ ପାରିନଥିଲେ ଯାହା ଫଳରେ ଘଟଣା ସ୍ଥଳରେ ଅମ୍ବନ୍ତି ର ଜୀବନ ଚାଲି ଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।

ବାପା,ମା ଗେଲା ଝିଅକୁ ହରାଇ କାନ୍ଦି କାନ୍ଦି ବେହସ ହୋଇଯାଉଥିବା ବେଳେ ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଛି।ଉକ୍ତ ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଅପମୃତ ମାମଲା ରୁଜୁ କରିବା ପରେ ଆଜି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ