March 12, 2026

ଆଜି ଗଜପତି ଜିଲ୍ଲାର ସଦରମହକୁମା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ

IMG-20230305-WA0052
Share

 

 

ଆଜି ଗଜପତି ଜିଲ୍ଲାର ସଦରମହକୁମା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗଜପତି ଜିଲ୍ଲାର ନୁତନ ଭାବରେ ନିଯୁକ୍ତି ହୋଇଥିବା ଜିଲ୍ଲା ବିଜେଡ଼ି ସଭାପତି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରୂ ରାଜ୍ୟ ସାଙ୍ଗଠନିକ ପ୍ରଣବ ପ୍ରକାଶ ଦାସ ତଥା ରାଜ୍ୟ ସଭା ମାନସ ମଙ୍ଗରାଜ ଙ୍କ ସହଯୋଗ ରୁ ଶ୍ରୀ ଜଗବନ୍ଧୁ ଦାସ ଆସନ ଅଳଙ୍କୃତ କରିଅଛନ୍ତି ।ଉକ୍ତ ସଦର ମହକୁମା ଠାରେ ଜିଲ୍ଲା ସଭାପତି ଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ସ୍ୱତନ୍ତ୍ର ଊନ୍ନୟନ ପରିଷଦର ମରୀୟମ୍ ର ଇତ, ଜିଲ୍ଲା ଯୁବ ସଭାପତି ଲିଙ୍ଗରାଜ ବାବୁ ,ଜିଲ୍ଲା ଛାତ୍ର ସଭାପତି, ଜିଲ୍ଲା ଉପସଭାପତି, ତଥା ନୁତନ ଭାବରେ ରାଜ୍ୟ ସମ୍ପାଦକ ବସନ୍ତ ଦାସ, ପ୍ରଦୀପ ନାୟକ,ମାରୁତି ପାଳ,ଜିଲ୍ଲା ମହିଳା ସଭାପତି, ଟାଉନ ସଭାପତି ସୁଧିରଞ୍ଜନ ମହାପାତ୍ର, ପାରଳାଖେମୁଣ୍ଡି ଏନ୍ ଏ,ସି ଅଧ୍ୟକ୍ଷ ନିର୍ମଳା ସେଠୀ, ତଥା କାଶିନଗର ଅଧ୍ୟକ୍ଷ,ଗୁମ୍ମା ଅଧ୍ୟକ୍ଷ, ଗୋଷାଣି ଅଧ୍ୟକ୍ଷ, ତଥା ୪ଗୋଟି ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସ୍ଥାନୀୟ ଅଞ୍ଚଳର ଯୁବନେତା ଇ,ରୁପେଶ ପାଣିଗ୍ରାହୀ, ତଥା ବିଶିଷ୍ଟ ସମାଜସେବୀ ଏବଂ ଶିଳ୍ପପତି ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ତଥା ଗଜପତିରାଣୀ ସୁଶ୍ରୀ କଲ୍ୟାଣୀ ଦେବୀ, ସମସ୍ତ ବୁଦ୍ଧିଜୀବୀ ବିଜୁପ୍ରେମୀ,କଲେଜ ଛକଠାରେ ସମ୍ବର୍ଦ୍ଧିତ କରିବା ସହ କଲେଜ ଛକଠାରେ ଥିବା କଳିଙ୍ଗ ବରପୁତ୍ର ଭାବେ ପରିଚିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି, ସଠାକାର ପରିଵେଷ ଟିକେ ନିଆରା ଥିଲା କାରଣ ଝଡ଼ର ଇଗଲ୍ ଭାବେ ପରିଚିତ ବିଜୁ ବାବୁଙ୍କ ସାହାସିକତା ତଥା ରାଜ୍ୟ ପାଇଁ ନିଶ୍ୱାଥସେବା ଏବଂ ବିଜୁ ବାବୁ ଅମର ରହେ ଏଭଳି ନାରାବାଜିରେ ଛାତି ଥରି ଉଠୁଥିଲା । ଏ ପରିପ୍ରେକ୍ଷୀରେ ଗଜପତି ର ମଉଡ଼ମଣି ଗଜପତି ମହାରାଜାଙ୍କ ପ୍ରତିମୁର୍ତ୍ତି ରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ବିଜୁ ବାବୁଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସାଇକେଲ ରାଲି ସହ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ରେ କିଛି ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ ।ଶେଷରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ବିଶାଳ ସଭା ଆୟୋଜନ କରାଯାଇଥିଲା ।ନୁତନ ଭାବରେ ଜିଲ୍ଲା ସଭାପତି ଦୟୀତ୍ୱ ଗ୍ରହଣ କରିବା ତଥା ଜିଲ୍ଲା ର ସମସ୍ତ ବିଜୁ ବାବୁଙ୍କ ପରିବାର ର ସଦସ୍ୟ ଆପ୍ରାଣ ଚେଷ୍ଟା କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।