March 12, 2026

୧୦୭ ତମ ବିଜୁ ଜୟନ୍ତୀ ସ୍ଵାଧୀନଙ୍କ ନେତୃତ୍ୱରେ ସାଇକେଲ ଶୋଭାଯାତ୍ରା

IMG-20230305-WA0046
Share

 

 

ଅସ୍ତରଙ୍ଗ ୦୫/୩, ପ୍ରବାଦ ପୁରୁଷ ମହାନାୟକ ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଅସ୍ତରଙ୍ଗ ବିଜୁ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି। ବିଜେଡି ରାଜ୍ୟ ସମ୍ପାଦକ ତଥା ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ, ସ୍ଵାଧୀନ କୁମାର ନାୟକଙ୍କ ନେତୃତ୍ୱରେ ବିଜୁ ବାବୁଙ୍କ ଫଟୋସୁସଜ୍ଜିତ ଗାଡି ସହତ ଏକ ବିରାଟ ସାଇକେଲ ଶୋଭାଯାତ୍ରା ଅସ୍ତରଙ୍ଗ ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବାହାରି ବଜାର ପରିକ୍ରମା କରି କୁହୁଡ଼ି ସ୍ଥିତ ଲବଣ ସତ୍ୟାଗ୍ରହୀ ପୀଠରେ ପହଞ୍ଚିବା ପରେ ସେଠାରେ ଥିବା ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇ ଥିଲା ଓ ଏକ ପଥପ୍ରାନ୍ତ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଉପାଦକ୍ଷ ଶ୍ରୀ ନାୟକ ଉପସ୍ଥିତ କର୍ମୀ ମାନଙ୍କୁ ବିଜୁବାବୁଙ୍କ ଅତୀତ ଇତିହାସର ପୃଷ୍ଠାରୁ କିଛି ଲୋମଟାଙ୍କୁରା ସଙ୍ଘର୍ଷ କାହାଣୀ ବଖାଣି ଥିଲେ।ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଯେଉଁ ସଂସ୍କାର ଆଣିଥିଲେ ତାହା ଏବେ ଚିରସ୍ମରଣ ହୋଇରହିଛି।ରାଜ୍ୟ ମହିଳାଙ୍କୁ ସଶକ୍ତ ଓ ସକ୍ଷମ କରିବାକୁ ପଞ୍ଚାୟତସ୍ତରୀୟ ବ୍ୟବସ୍ଥାରେ ସ୍ୱତନ୍ତ୍ର ସଂରକ୍ଷଣ ସୁବିଧା ଆଣିଥିଲେ।ସବୁବେଳେ ଗ୍ରାମାଞ୍ଚଳର ମୌଳିକ ସମସ୍ୟା କୁ ଗୁରୁତ୍ୱ ଦେଉଥିଲେ। ସେ ଥିଲେ ଆଧୁନିକ ଓଡ଼ିଶାର ବିଶ୍ୱକର୍ମା, ଜାତୀୟତା ମନ୍ତ୍ରର ଉଦଗାତା, ମହାନ ସ୍ୱାଧୀନତା ସଂଗ୍ରାମୀ, ଦୁଃସାହାସୀ ,ବିମାନ ଚାଳକ ରାଷ୍ଟ୍ରନୀତଜ୍ଞ ,ଲୋକପ୍ରିୟ ଜନନାୟକ, ଗରିବ ଅବହେଳିତଙ୍କ ଆଶା ଓ ଭରସା ଭାବେ ତାଙ୍କ କର୍ମମୟ ଜୀବନ ପରିସ୍ସୁଟିତ ହୋଇଥିଲା।ତାଙ୍କରି ଜୀବନ ଶୈଳୀର କାର୍ଯ୍ୟଧାରାକୁ ନବୀନ ପଟ୍ଟନାୟକ ଆଜି ସାରା ଓଡ଼ିଶାରେ ପ୍ରତିପାଦିତ କରି ଲୋକପ୍ରିୟ ରାଜନେତା ଭାବେ ନିଜକୁ ସାଢେ ଚାରି କୋଟି ଜନତାଙ୍କ ହୃଦୟରେ ଦୀର୍ଘ ୨୫ ବର୍ଷ ଧରି ରହିପାରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବର୍ଷିଆନ ନେତା ସୁରେନ୍ଦ୍ର ନାଥ ନାୟକ ଅସୁସ୍ଥତା ଥାଇ ମଧ୍ୟ ସେ ବିଜୁବାବୁଙ୍କୁ ଭୁଲି ନ ପାରି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବିଜୁ ଜନତା ଦଳ ସଭାପତି କେଦାର ନାଥ ବିଶ୍ଵାଳ, ବରିଷ୍ଠ ନେତା କୁଞ୍ଜ ବିହାରୀ ପ୍ରଧାନ,ବିମ୍ବାଧର ବିଶ୍ଵାଳ ,ମନ୍ତ୍ରୀଙ୍କ ପ୍ରତିନିଧି ଭୀମସେନ ସ୍ଵାଇଁ, ଯୁବ ନେତା ଦିବ୍ୟଦର୍ଶି ବିଶ୍ଵାଳ,ଚକ୍ରଧର ସ୍ଵାଇଁ ,ଚମ୍ପକ ବାରିକ,ସମିତି ସଭ୍ୟ ରାମଚନ୍ଦ୍ର ନାୟକ ସରପଞ୍ଚ କ୍ଷୀରୋଦ କାଣ୍ଡି,,ପ୍ରଫୁଲ୍ଲ କୁମାର ସ୍ୱାଇଁ , ଶ୍ରୀମନ କୁମାର ଛାଟୋଇ,ଭଗବାନ ଲେଙ୍କା, ପ୍ରଦୀପ ବସ୍ତିଆ, ତପନ ବସ୍ତିଆ,ପବିତ୍ର ମହାନ୍ତି,ପବିତ୍ର ବସ୍ତିଆ,ରୁଦ୍ର ପ୍ରସାଦ ଲେଙ୍କା, ହିମାଂଶୁ ନାୟକ, ବୁଲୁ ବିଶ୍ଵାଳ, ପ୍ରମୁଖ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି , ପଞ୍ଚାୟତର ସମସ୍ତ ସଭ୍ୟ ସଭ୍ୟା ଓ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା।

ଦୁଃଶାସନ ନାୟକ,ଅସ୍ତରଙ୍ଗ