October 5, 2024

ଗଜପତି:- ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ..

Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଶନ ଶକ୍ତି ଓ ୟୁନିସେଫର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ସମ୍ପର୍କିତ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।

ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ସମେତ ପୋଷଣ ଟ୍ରେକର ସମ୍ପର୍କରେ ତଥ୍ୟ ନେବା ଏବଂ ପୂର୍ଣ୍ଣତା ଆହାର ଉପରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ ରାଜ୍ୟ ସଂଯୋଜକ ଶ୍ରୀ ବରଦା ମହାପାତ୍ର ଯୋଗ ଦେଇ ବିଭିନ୍ନ ବିଷୟରେ ତାଲିମ ଦେବାସହ ଏହାକୁ ନେଇ ପରବର୍ତ୍ତୀ ସମୟରେ କିଭଳି ଏହାର ସଫଳ ରୂପାୟନ ହୋଇପାରିବ , ଏହାହିଁ ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।।ଅନ୍ୟପକ୍ଷରେ ଦ୍ଵିତୀୟ ଦିନରେ କାର୍ଯ୍ୟକ୍ରମ ଅଧିକାରୀ ନମିତା ମହାରଣା ଏବଂ ପାୟଲ ପାଣିଗ୍ରାହି ପ୍ରମୁଖ ମଞ୍ଚାସିନ ହୋଇ କ୍ଷେତ୍ର ସ୍ତରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି , ସେମାନଙ୍କ ମଧ୍ୟରେ କିଭଳି ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି କରାଇ ଶିଶୁଙ୍କ ପୁଷ୍ଟି ହିନତାର ସଠିକ୍ ଚିହ୍ନଟ ହୋଇପାରିବ ଏବଂ ପରବର୍ତ୍ତୀ ସମୟରେ ଏ ଦିଗରେ କିଭଳି କାର୍ଯ୍ୟକାରିତା ସଫଳ ହେବ , ସେ ସମ୍ପର୍କରେ ବୁଝାଇ ସଚେତନ କରିଥିଲେ ।

ଏହି ପ୍ରଥମ ଦିନର ସଚେତନତା ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିଲେ ।

୨ ଦିନଧରି ଅନୁଷ୍ଠିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗୋଷାଣୀ , କାଶୀନଗର , ରାୟଗଡ଼ା ଏବଂ ରା: ଉଦୟଗିରି ବ୍ଲକର ସମସ୍ତ ସିଡ଼ିପିଓ, ଲେଡି ସୁପରଭାଇଜର , ପୋଷଣ ବ୍ଲକ୍ ସଂଯୋଜକ , ମମତା-ପିଏ , ଏବଂ ମିଶନ ଶକ୍ତିର ବିପିସି: ମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।

ସେହିଭଳି ଦ୍ଵିତୀୟ ଦିନର ତାଲିମ କାର୍ଯ୍ୟକ୍ରମରେ ନୂଆଗଡ , ଗୁମ୍ମା ଓ ମୋହନା ବ୍ଲକର ସମସ୍ତ ଆଇସିଡ଼ିଏସ: କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ପିଓ ତଥା ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସାରଳା ପାତ୍ର , ସବଡିଭିଜନାଲ- ପିଓ: ଶ୍ରୀମତୀ ନମିତା ମହାରଣା , ପିଓ: ଡିଏସଡବ୍ଲ୍ୟୁ: ଅଫିସ କେ: ସୁନିତା , ଜିଲ୍ଲା ପୋଷଣ ସଂଜୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ , ଡିପିସି ମ୍ୟାନେଜର ଶ୍ରୀ ମନୋଜ କୁମାର ପଣ୍ଡା ,

ଏନ୍ଓପି: ମ୍ୟାନେଜର ଶ୍ରୀ ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି

କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଜିଲ୍ଲାରେ ଶିଶୁ ମାନଙ୍କ ଓଜନ ଓ ଉଚ୍ଚତା ପ୍ରତି ଅଧିକ ଗୁରୁତ୍ବ ଦିଆଯିବା ଉପରେ ଉପାଦେୟ ପ୍ରଶିକ୍ଷଣ ଦେବା ସହ ବିସ୍ତୃତ ଆଲୋଚନା କରା ଯାଇଥିଲା ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————–