May 14, 2026

ମହାନଦୀ ଜାଳରେ ୬୦ କି.ଗ୍ରା ମାଛ

IMG-20240710-WA0034
Share

 

 

ସମ୍ବଲପୁର ତା.୧୦.୦: ମହାନଦୀରେ ମାଛ ଧରାଳିଙ୍କ ଜାଳରେ ଲାଗିଛି ଏକ ବିଶାଳକାୟ ମାଛ। ମାଛର ଓଜନ ପ୍ରାୟ ୬୦ କିଲୋଗ୍ରାମ ହେବ। ଗତକାଲି ସମ୍ବଲପୁର ଜିଲ୍ଲାର ବୁର୍ଲା ସାଇଫନ ନିକଟରେ ମହାନଦୀରୁ ଧରା ପଡ଼ିଛି ଏହି ମାଛ। ଏହି ମାଛଟିକୁ ‘ବୁଧିଆ’ ବୋଲି ନାମକରଣ କରାଯାଇଛି। ମାଛଟି ହିରାକୁଦ ବନ୍ଧର ବୁର୍ଲା ସାଇଫନ ନିକଟରେ ଡାହାଣ ତଟର ସ୍ପିଲ୍‌ୱେ ପାଖରେ ପ୍ରସାରିତ ଜାଲରେ ଛନ୍ଦି ହୋଇ ରହିଯାଇଥିଲା। ଯେତେବେଳେ କିଛି ମାଛ ଧରାଳି ମାଛ ଧରିବା ପାଇଁ ହିରାକୁଦ ବନ୍ଧର ଜଳରେ ପ୍ରବେଶ କରିଥିଲେ ମାଛଟିକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ଚର୍ଚା ହେଉଛି।