October 5, 2024

ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜ ଦ୍ୱାରା ପୁଲିହାରି ବଣ୍ଟନ

Share

 

 

ରାୟଗଡା : ସେବାର ଅନ୍ୟନାମ ‘ଶକ୍ତି ବାହୀନି‘ ବ୍ରାହ୍ମଣ ମହିଳା ସମାଜ । ଆଜିର ଦିନରେ ରାୟଗଡ଼ ସହରରେ ଏକ ଶୃଙ୍ଖଳିତ ଏବଂ ସଂଘଠିତ ହୋଇଥିବା ମହିଳା ସଙ୍ଗଠନ ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜ ହେଉଛି ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜ ଦ୍ୱାରା ପୁଲିହାରି ବଣ୍ଟନ

ବର୍ତମାନ ରାୟଗଡ଼ରେ ଏହି ବ୍ରାହ୍ମଣ ମହିଳା ସମାଜ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛି ସଂଘରେ ଥିବା ସମସ୍ତ ସଦସ୍ୟା ମାନଙ୍କ ସେବା ମନ ବୃତ୍ତି ଦ୍ଵାରା। ରାୟଗଡ଼ ଶ୍ରଦ୍ଧା ଶ୍ରୀକ୍ଷେତ୍ରକୁ ଆସୂଥିବା ଭକ୍ତ ମାନେ ଭୋକରେ ନ ଯାଆନ୍ତୁ। ରଥଯାତ୍ରା ଯୋଗୁଁ ହୋଟେଲରେ ଭିଡ ଲାଗି ରହିଥିବା ଯୋଗୁଁ କିଏ ଖାଇଥିବ କିମ୍ଵା କିଏ ଭୋକରେ ଥିବ ବୋଲି ଚିନ୍ତାକରି ରାୟଗଡା ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜ ଦ୍ବାରା ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଦେଖିବା ପାଇଁ ଆସୁଥିବା ହଜାର ହଜାର ଭକ୍ତଙ୍କୁ ପୁଲିହାରୀ ବଣ୍ଟନ କରା ଯାଇଥିଲା।

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ପ୍ରାଙ୍ଗଣରେ ଶକ୍ତି ବାହୀନିର ସମସ୍ତ ସଦସ୍ୟା ଏକାଠି ହୋଇଥିଲେ।

ନିଜ ନିଜ ମଧ୍ୟରେ ଗ୍ରୁପ୍ ଗ୍ରୁପ୍ ହୋଇ ସେବା ଆରମ୍ଭ କରି ଦେଇଥିଲେ ପୁଲିହାରି ବଣ୍ଟନ। ବ୍ରାହ୍ମଣ ମହିଳା ମାନଙ୍କୁ ନେଇ ଗଠିତ ଏହି ସଂଘଠନ ପରସ୍ପର ସହିତ ମିଳିମିଶି ଯେ କୌଣସି ସେବା କାର୍ଯ୍ୟକୁ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ମନେ କରି ପାଳନ କରନ୍ତି । ଶ୍ରୀ ଗୁଣ୍ଡିଚା ରଥଯାତ୍ରାରେ ଏହି ବ୍ରାହ୍ମଣ ମହିଳା ସମାଜ ଦ୍ୱାରା ହୋଇଥିବା ପୁଲିହାରି ଅନ୍ନ ସେବାରେ ତୃପ୍ତ ହୋଇଥିଲେ ଭକ୍ତ ।

ମନେ ମନେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ସେବା ଖାଲି ରଥଯାତ୍ରାରେ ହିଁ ସୀମିତ ହୋଇ ରହି ନ ଥାଏ। ଏହି ସଙ୍ଗଠନ ଗଠନ ହେବା ପୂର୍ବରୁ ହିଁ ଏହି ଶକ୍ତି ବାହୀନି ର ସଦସ୍ୟା ମାନେ ମନ୍ଦିର ପରିସର ମାନଙ୍କରେ ସ୍ବଚ୍ଛତା ଅଭିଯାନ କରିବା, ମାସରେ ଥରେ ହେଲେ ବୃଦ୍ଧାଶ୍ରମ, ଅନାଥ ଆଶ୍ରମ କିମ୍ଵା କନ୍ୟା ଆଶ୍ରମ ଗୁଡ଼ିକରେ ରନ୍ଧା ଖାଦ୍ୟ କିମ୍ଵା ପାଚିଲା ଫଳ ବଣ୍ଟନ କରି ସେବା ପ୍ରଦାନ କରିଥାଆନ୍ତି । ଏପରିକି ୨୬ଜାନୁୟାରୀ, ୧୫ଅଗଷ୍ଟ ଓ ଏହି ଶକ୍ତି ବାହୀନି ସଙ୍ଗଠନରେ ଥିବା ସଦସ୍ୟା ମାନଙ୍କ ଵିଵାହ ବାର୍ଷିକୀ ଓ ଜନ୍ମ ଦିନ ଅବସର ମାନଙ୍କରେ ମନ୍ଦିର ଗୁଡିକରେ ନାରାୟଣ ସେବା କପଡ଼ା ବଣ୍ଟନ ମଧ୍ଯ କରି ଥାଆନ୍ତି । ସେହିଭଳି ପଣା ସଂକ୍ରାନ୍ତି, ରୋଜ, ବିଶ୍ଵ ମହିଳା ଦିବସ ଏବଂ ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜ ର ପ୍ରତିଷ୍ଠା ଦିବସ ମାନଙ୍କରେ ବ୍ରାହ୍ମଣ ମହିଳା ସମାଜ ଦୁଃଖୀ ହାରି ଙ୍କୁ ସେବା ଯୋଗାଇ ଦେଇ ଥାଆନ୍ତି ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ