November 25, 2024

ଜଗନ୍ନାଥଙ୍କ ପ୍ରେମରେ ବିଶ୍ୱ ବ୍ରହ୍ମାଣ୍ଡ,ଦରିଆ ସେପାରି ରେ ରଥ ଟାଣନ୍ତି ଭକ୍ତ

Share

ଖୋର୍ଦ୍ଧା (ସୁଶାନ୍ତ କୁମାର ପ୍ରଧାନ) “ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ”

ତୁ ତାକୁ ଖୋଜିଲେ ସେ ତତେ ଖୋଜିବ ସିଏ ତୋ ହୃଦ ଚନ୍ଦନ ରେ…

ଓଡିଆ ଜାତିର ପରିଚୟ ଓ ଗର୍ବ ଗୌରବ ସବୁକିଛି ହେଉଛନ୍ତି କାଳିଆ ଠାକୁର। କାଳିଆ ପ୍ରେମରେ ସଭିଏଁ। ପିଲା ହୁଅନ୍ତୁ କିମ୍ବା ବୁଢ଼ା,ଦେଶବାସୀ ହୁଅନ୍ତୁ କିମ୍ବା ବିଦେଶୀ ଜଗନ୍ନାଥ ଙ୍କ ପାଇଁ ସଭିଙ୍କ ମନ ଆତୁର ହୋଇଥାଏ। ତେଣୁ ପୃଥିବୀ ରେ ଯେ କୌଣସି ଯାଗାରେ ଥିଲେ ମଧ୍ୟ ଏହି ରଥଯାତ୍ରାରେ ନିଜକୁ ସାମିଲ କରିଥାନ୍ତି। ଶ୍ରୀକ୍ଷେତ୍ର ଧାମ ପୁରୀ ରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। ନିଜର ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନ ରୁ ବଡଦାଣ୍ଡ କୁ ଓଲ୍ହାଇ ଆସନ୍ତି ଚତୁର୍ଦ୍ଧା ବିଗ୍ରହ। ସକାଳୁ ସକାଳୁ ନିତୀ କାନ୍ତି ପାଳନ ଅନୁସାରେ ହରିବୋଲ ଓ ହୁଳହୁଳି, କାହାଳୀ, ଘଣ୍ଟ ର ତାଳେ ତାଳେ ଶ୍ରୀ ଜୀଉ ମାନଙ୍କର ଧାଡିପହଣ୍ଡି କରି ରଥାରୂଢ

ହୋଇଥାନ୍ତି। ଏହି ରଥଯାତ୍ରା ରେ ୯।ଦିନ ପାଇଁ ଭାଇ ଭଉଣୀ ଙ୍କୁ ସାଙ୍ଗ ରେ ଧରି ରତ୍ନ ବେଦୀ ରୂ ଜନ୍ମ ବେଦୀକୁ ଯିବେ ଶ୍ରୀମନ୍ଦିର ର ସାଆନ୍ତେ।

ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ଗ୍ରାମ, ସହରାଞ୍ଚଳ ପର୍ଯ୍ୟନ୍ତ ରଥଯାତ୍ରା ମହୋତ୍ସବ କୁ ମହାସମାରୋହରେ ପାଳନ କରାଯାଇଥାଏ।

ଆମ ଦେଶରେ ପ୍ରାୟ ୧୮ ଟି ରାଜ୍ୟ ରେ ରଥଯାତ୍ରା ପାଳନ କରାଯାଏ। ସେହିପରି ଗୁଜୁରାଟ,ୱେଷ୍ଟବେଙ୍ଗଲ,

ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,ଦିଲ୍ଲୀ,

ଛତିଶଗଡ଼,ଝାଡଖଣ୍ଡ,ମଧ୍ୟପ୍ରଦେଶ,

ରାଜସ୍ତାନ,ମହାରାଷ୍ଟ୍ର,କର୍ଣାଟକ ଭଳି ଅନେକ ରାଜ୍ୟରେ ଧୁମ୍ ଧାମ ରେ ପବିତ୍ର ରଥଯାତ୍ରା ମହୋତ୍ସବ କୁ ପାଳନ କରାଯାଇଥାଏ।

ସେହିପରି ଆମ ଦେଶର ବାହାରେ ମଧ୍ୟ ପାଳିତ ହୋଇଥାଏ କାଳିଆ ସାଆନ୍ତ ଙ୍କର ରଥଯାତ୍ରା। ଏପରିକି ସେହି ଦେଶ ମାନଙ୍କ ମଧ୍ୟରୁ ଅନେକ ବିକଶିତ ଦେଶଗୁଡ଼ିକରେ ଏହି ରଥଯାତ୍ରା ପାଳନ କରାଯାଇଥାଏ। ବିଶେଷକରି ୟୁରୋପର ଅନେକ ଦେଶ ଏବଂ ଆମେରିକା ଭଳି ଆଧୁନିକ ଦେଶମାନଙ୍କରେ ଲୋକ ମାନେ ପ୍ରତିବର୍ଷ ଏହିପରି ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ସେହି ଦେଶ ମାନଙ୍କ ମଧ୍ୟରୁ ପ୍ରମୂଖ ଦେଶଗୁଡିକ ହେଲା ଆମ ଭାରତ ଦେଶ ମିଶି ପ୍ରାୟ ୫୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ରଥଯାତ୍ରା।ଗଣମାଧ୍ୟମ ଅନୁସାରେ ଆମେରିକା ର ନର୍ଥ କୋରାଲିନା, ୱାସିଂଟନ (ଷ୍ଟେଟ୍) ବୋଥେଲେ ଠାରେ, ଫ୍ରାନ୍ସ ର ପ୍ୟାରିସ, ୟୁରୋପ ମହାଦେଶର ଇଟାଲି, ଇଂଲଣ୍ଡ ର ଇସ୍କନ ଟ୍ରଷ୍ଟ ପକ୍ଷରୁ, ପଡୋଶୀ ରାଷ୍ଟ୍ର ନେପାଳ, ଶ୍ରୀଲଙ୍କା, ଇସଲାମ ଦେଶର ପାକିସ୍ଥାନ ର କରାଚି ଏବଂ ଦୁବାଇ,ଆୟର୍ଲାଣ୍ଡ , ଚାଇନା, ଜାପାନ,ପୋଲାଣ୍ଡ, ମସ୍କୋ ରୁଷ ଭଳି ଦେଶ ମାନଙ୍କରେ ମଧ୍ୟ ରଥଯାତ୍ରା ଧୁମ୍ ଧାମ ରେ ଅନୁଷ୍ଠିତ ହୋଇଥାଏ।

ଆମର ଏହି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଦେଶରେ ଅନେକ ଗ୍ରହଣ କରିଛନ୍ତି। ଏପରିକି ସେହି ଦେଶ ଗୁଡିକ ରେ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା ହୋଇଛି। ସେଠିକାର ବାସିନ୍ଦା ମାନେ ମଧ୍ୟ ଆମ ଜଗନ୍ନାଥ ସଂସ୍କୃତି ପରମ୍ପରା ଗ୍ରହଣ କରି ରଥଯାତ୍ରା ଏବଂ ଅନ୍ୟ ପର୍ବପର୍ବାଣୀ ମଧ୍ୟ ପାଳନ କରିଥାନ୍ତି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed