October 6, 2024

ବଧୂ ଆତ୍ମହତ୍ୟା , ଅଭିଯୋଗ ଆଣିଛନ୍ତି ଝିଅର ପରିବାର..

Share

 

ପାରାଦୀପ( ଦେବାଶିଷ ପାଣି)ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅ ର ପରିବାର।ଅଧିକ ଯୌତୁକ ଦାବୀ କରିବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଲେ ବଧୁର ପରିବାର ଏବଂ ପଡୋଶୀ। ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ତରଜଙ୍ଗା ପଞ୍ଚାୟତ ବାଲିପାଟଣା ଗ୍ରାମର କୈଳାସ ଚନ୍ଦ୍ର ସ୍ବାଇଁ ଙ୍କ ପୁଅ ଅକ୍ଷୟ ସ୍ବାଇଁ ବାବାଜୀ ମହାନ୍ତି ଙ୍କ ଝିଅ ମୋନାଲିସା ମହାନ୍ତି ଙ୍କୁ ଗତ ଚାରି ମାସ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ଅକ୍ଷୟ ଗୋଟେ ଚାହା ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଥିବା ବେଳେ ଏକ ବଡ଼ ଦୋକାନ କରିବା ପାଇଁ ଦୁଇ ଲକ୍ଷ ଦାବୀ କରିଥିଲେ ଶ୍ଵଶୁର ଘରେ ବୋଲି ଝିଅର ଭାଇ ସନ୍ତୋଷ ଅଭିଯୋଗ କରିଛନ୍ତି।ବାହାଘର ବେଳେ ବର ପକ୍ଷର ଦାବୀ ମୁତାବକ ଯୌତୁକ ଦିଆ ଯାଇଥିବା ବେଳେ ଅଧିକ ଯୌତୁକ ଦାବୀ କରି ତାଙ୍କ ଭଉଣୀକୁ ନିର୍ଯ୍ୟାତନା ଦିଆ ଯାଉଥିଲା।ମୋନାଲିସା ତିନି ମାସର ଗର୍ଭବତୀ ଥିବା ବେଳେ ତାଙ୍କର ଚିକିତ୍ସା ରେ ଅବହେଳା ସହିତ ଖାଇବା ପିଇବା ରେ ହଇରାଣ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ମାଇଁ।

ଅପରପକ୍ଷରେ ମୋନାଲିସା ର ଶ୍ଵଶୁର କୈଳାସ ସବୁ ଅଭିଯୋଗ କୁ ଖଣ୍ଡନ କରିବା ସହିତ ବାହାଘର ସମୟରେ କିଛି ଯୌତୁକ ଦାବୀ ହୋଇନଥିଲା କି ବର୍ତ୍ତମାନ ସେମିତି କିଛି ଯୌତୁକ ଦାବୀ ହୋଇନାହିଁ | ବୋହୁ ଗର୍ଭବତୀ ଥିବା ଯୋଗୁଁ ଖାଇବା ପିଇବା ଠିକରେ କରୁନଥିଲା ତେଣୁ ମୁଁ ତାକୁ କିଛିଦିନ ପାଇଁ ବାପା ଘରକୁ ପଠାଇବା ପାଇଁ ଚିନ୍ତା କରୁଥିବା ବେଳେ ବୋହୁ କାହିଁକି ଆତ୍ମହତ୍ୟା କଲା ବୁଝି ହେଉନାହିଁ ।

ସମ୍ପୃକ୍ତ ଘଟଣା ଉପରେ ତିର୍ତୋଲ ଥାନା ଅଧିକାରୀ ଙ୍କ ସୂଚନା ଅନୁସାରେ ଝିଅର ଭାଇ ସନ୍ତୋଷ ର ଅଭିଯୋଗ ଅନୁଯାୟୀ ବଧୂ ନିର୍ଯ୍ୟାତନା ଏବଂ ହତ୍ୟା ଅଭିଯୋଗରେ କେସ ନଂ ୩୨୧/୨୪ ରୁଜୁ କରିବା ସହିତ ମୋନାଲିସା ର ସ୍ୱାମୀ ଅକ୍ଷୟ କୁ ଥାନାରେ ଅଟକ ରଖିଛି ପୋଲିସ।ସାଇଣ୍ଟିଫିକ ଟିମ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ହିଁ ପ୍ରକୃତ ଘଟଣା ଜଣାଯିବ ବୋଲି ସ୍ଥାନୀୟ ପୋଲିସ ପ୍ରକାଶ କରିଛି।