November 15, 2024

ବିଶାଳ ରକ୍ତଦାନ ଶିବିର ଏବଂ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

Share

 

 

ଅସ୍ତରଙ୍ଗ୦୪/୦୩/ ଅସ୍ତରଙ୍ଗ ନିକଟସ୍ଥ ଅସନ ସ୍ଥିତ ରେଡକ୍ରସ ହସ୍ପିଟାଲ ପରିସରରେ ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ଶିବିର ହୋଇଯାଇଛି।ଝିଅର ଜନ୍ମ ଦିନକୁ ସ୍ମରଣୀୟ କରିବା ଉଦ୍ଧେଶ୍ୟରେ ଏକ ମହତ କାର୍ଯ୍ୟ ହାତକୁ ନେଇ ରକ୍ତଦାନ ଶିବିର କରି ଅସ୍ତରଙ୍ଗ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଏହି ମହତ କାର୍ଯ୍ୟକୁ ଅଞ୍ଚଳ ବାସୀଙ୍କ ତରଫରୁ ଅହେତୁକ ସମର୍ଥନ ମିଳିଥିଲା। କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଥିଲା।କାରଣ ବଶତଃ ଯୋଗ ଦେଇ ପାରିନଥିଲେ।ଯୁବ ସମାଜସେବୀ ସୂର୍ଯ୍ୟକାନ୍ତ ମଲ୍ଲିକ ଏବଂ ତେଜସ୍ଵୀନି ମଲ୍ଲିକ ଙ୍କ ସୁକନ୍ୟା ଶ୍ୟାମାଶିଂ ର ଦିତ୍ଵୀୟ ଜନ୍ମ ବାର୍ଷିକ ଅବସରରେ ବିଶାଳ ରକ୍ତଦାନ ଶିବିର ଏବଂ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ ଉଦ୍ଘାଟନ କରିଥିଲେ। ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ଵାଇଁ ,ମନ୍ତ୍ରୀ ପ୍ରତିନିଧି ଭୀମସେନ ସ୍ଵାଇଁ, ରାଜଧାନୀ ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର,ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ, ମାଇଁ ନେଷ୍ଟ ଆସେଷ୍ଟର ମୁଖ୍ୟ ପରିଚାଳନା ଅଧିକାରୀ ଆଦର୍ଶ କୁମାର,ମାଗୁଣି ମଲ୍ଲିକ,ବାବୁରାମ ମଲ୍ଲିକ,ତପନ ଶତପଥୀ, ଅନନ୍ତ ଜ୍ୟୋତି ମଲ୍ଲିକ, ବୁଲୁ ଜେନା, ସତ୍ୟବ୍ରତ ଲେଙ୍କା, ଅରୂପ ଦାସ,ଜଟାଧାରୀ ଦାସ,ଜୀବନ ଜ୍ୟୋତି ମଲ୍ଲିକ,ଗୁନୁ ଆଚାର୍ଯ୍ୟ,ନିରଞ୍ଜନ ପଟ୍ଟନାୟକ, ଭାଗ୍ୟଶ୍ରୀ ରାଉତ,ରାହୁଲ ବେହେରା ଏବଂ ମାଇଁ ନେଷ୍ଟ ଆସେଟ୍ସ ଏବଂ ମିଶନ ରକ୍ତଦାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।ଏହି ଶିବିରରେ ୭୦ ଜଣ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିବା ବେଳେ ୧୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ଦୁଃଶାସନ ନାୟକ,ଅସ୍ତରଙ୍ଗ