October 6, 2024

ବିପୁଳ ଗଞ୍ଜେଇ ସହ ଗାଡି ଜବତ: ୨ ଗିରଫ

Share

ଗୁଣୁପୁର,(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ପୁଲିସ ପେଟ୍ରୋଲିଂ ବେଳେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଚଢ଼ାଉ କରି ୬୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ , ଏଥିରେ ବ୍ୟବହୃତ ଗାଡ଼ି, ନଗଦ ଟଙ୍କା ଜବତ କରିବା ସହ ୨ ଜଣକୁ ଗିରଫ କରିଛି । ଗୁଣୁପୁର ରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ କାରକୁ ପିଛା କରି ଖର୍ଲିଙ୍ଗ ଗ୍ରାମ ନିକଟରେ ଅଟକାଯାଇ ତଲାସୀ କରାଯାଇଥିଲା । ସେଥିରୁ ୬୦ କିଲୋଗ୍ରାମ ୭୬୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ୧୯୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ, ଇଣ୍ଡିଗୋ କାର ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଆଶିଷ କୁମାର ବୀର, ଜୟନ୍ତ ଗମାଙ୍ଗ ।