କାଶୀନଗର ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ
କାଶୀନଗର
ଟା 5/7/24
କାଶୀନଗର ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ବୈଠକ ଗୃହ ମଧ୍ୟରେ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି. ଏହି ବୈଠକରେ ଗଜପତି ଜିଲ୍ଲାର ନବ ନିର୍ବାଚିତ ଯୁବ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଉପାଧକ୍ଷା ଏସ.କଲ୍ୟାଣୀ, ଜିଲ୍ଲା ପରିଷଦ ଜୋନ ୱାନ ସଭ୍ୟା ଆର.ରାଜ୍ୟଲକ୍ଷ୍ମୀ, ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ ଓ ଏ.ଇ ନାରାୟଣ ପାଢ଼ୀ ମଂଚାସୀନ ହୋଇଥିଲେ. ନବ ନିର୍ବାଚିତ ବିଧାୟକ ଶ୍ରୀ ପାଣିଗ୍ରାହୀ କାଶୀନଗର ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ରାଜନୈତିକ ଦୃଷ୍ଟିରୁ ଦୂରରେ ରହି ସରକାରୀ କାମ କରି ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ. ବୈଠକ ଆରମ୍ଭରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ ପୂର୍ଵ ବୈଠକର ବିବରଣୀ ପାଠ କରିଥିଲେ. ଏହାପରେ ସ୍ୱାସ୍ଥ୍ୟ ବିଭାଗ ସୋମ୍ୟ ରଞ୍ଜନ ଦାସ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବା ପରେ ମହିଳା ଓ ଶିଶୁ ବିଭାଗୀୟ ଅଧିକାରୀ କନକ ଲତା ପୂଜାରୀ କାଶୀନଗର ବ୍ଲକ ମଧ୍ୟରେ 281 ଟି ଅଙ୍ଗନାୱାଡି କେନ୍ଦ୍ର ରହିଥିବା ବେଳେ 148 ନିଜସ୍ୱ ଗୃହ,90 ଟି ଗୃହ ରେ ବିଜୁଳି ପହଂଚିଛି ଓ ପାନୀୟ ଜଳ ଯୋଗାଣ ଟେଙ୍କ ମାଧ୍ୟମରେ 4 ଟି ରେ ରହିଛି ଏବଂ ଖୁବ ଶୀଘ୍ର ପ୍ରତ୍ୟକ ଅଙ୍ଗନାୱାଡି କେନ୍ଦ୍ର ରେ ଜଳ ଯୋଗାଣ କରାଯିବ ବୋଲି କହିଥିଲେ. ଶିକ୍ଷା ବିଭାଗ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ବେସରକାରୀ ବିଦ୍ୟାଳୟ ଗୁଡିକ ଯାଞ୍ଚ କରି ସେହି ବିଦ୍ୟାଳୟ ଗୁଡିକର ଭିତ୍ତି ଭୂମି ଠିକ ଅଛି ନା ନାହିଁ ସେ ବିଷୟରେ କହି ଥିଲେ. ତେଲୁଗୁ ବହି ଛାତ୍ର ଛାତ୍ରୀ ମାନଙ୍କୁ ଯୋଗେଇ ଦେବା ପାଇଁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରି ଥିବା କଥା କହିଥିଲେ. ଏହି ବୈଠକ ରେ କୃଷି, ବିଦ୍ୟୁତ,ଜୀବିକା ମିଶନ, ଜଳ ସେଚନ,ଯୋଗାଣ,ଗ୍ରାମ୍ୟ ଉନ୍ନୟନ ବିଭାଗ, ମଛ୍ୟ ବିଭାଗ, ପଶୁ ସମ୍ପଦ,ପୂର୍ତ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ସମାନଙ୍କ ବିଭାଗର ବିବରଣୀ ମାନ ପ୍ରଦାନ କରିଥିଲେ.
ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର