May 10, 2026

ବୋଲଗଡ଼ ଟାଉନ୍ ରେଳ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ କାଉଣ୍ଟର୍ ପ୍ରତିଷ୍ଠାପାଇଁ ରେଳମନ୍ତ୍ରୀଙ୍କୁ ପ୍ରସ୍ତାବ….

IMG-20240703-WA0035
Share

 

ବୋଲଗଡ଼,(ଉପାନ୍ତ ଖବର) :ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ରେଳଭବନ କାର୍ଯ୍ଯାଳୟରେ ଭେଟି ବୋଲଗଡ ଟାଉନ ଷ୍ଟେସନର ୯ଗୋଟି ସମସ୍ଯା ସମ୍ବଳିତ ଦାବି ଓ ପ୍ରସ୍ତାବକୁ ବିଜେପି କୃଷକମୋର୍ଚ୍ଚାର ରାଜ୍ଯ କୋଷାଧ୍ୟକ୍ଷ ବିଶ୍ବଜିତ୍ ସ୍ବାଇଁ ପ୍ରଦାନ କରିଛନ୍ତି। ରେଳ ଷ୍ଟେସନରେ ଅଣସଂକ୍ଷଣ ଟିକେଟ୍ ବ୍ୟବସ୍ଥା, ପରିମଳ ବ୍ଯବସ୍ଥା, ପିଇବା ପାଣି, ଯାତ୍ରୀ ପ୍ରତୀକ୍ଷା ଗୃହ, ସମସ୍ତ ସୁପର ଫାଷ୍ଟ ଟ୍ରେନର ରହଣି,ସୌଚାଳୟ ସ୍ଥାପନ, ଡାକବାଜି ଯନ୍ତ୍ର ଦ୍ବାରା ଟ୍ରେନ ସମନ୍ଧୀୟ ଘୋଷଣା ବ୍ୟବସ୍ଥା, ସୁରକ୍ଷା ଗାର୍ଡ ନିଯୁକ୍ତି ଓ ପାର୍ସଲ୍ ବୁକିଂ ଆଦି ୯ଗୋଟି ଦାବି ଓ ପ୍ରସ୍ତାବ ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହିଦାବି ପ୍ରସ୍ତାବ ଗୁଡିକୁ ରାଜ୍ଯ ସମବାୟ ପ୍ରକୋଷ୍ଠର ସଭାପତି ରଂଜନ ମଂଗରାଜଙ୍କ ଉପସ୍ଥିତିରେ ଏହି ଆଲୋଚନା ବେଳେ,ଅଗ୍ରାଧିକାର ଭିତ୍ତିରେ କାର୍ଯ୍ଯକାରୀ କରିବା ପାଇଁ ସଂଗେ ସଂଗେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ରେଳମନ୍ତ୍ରୀ ଦାୟୀତ୍ବ ପ୍ରଦାନକଲେ ବୋଲି ଶ୍ରୀ ସ୍ବାଇଁ ଜଣାଇଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।