April 29, 2026

 ଅନନ୍ଦପୁର ବିଜେପି ପକ୍ଷରୁ ଡ଼ିଜିପି, କମିଶନର ଙ୍କ ସହ ଡ଼ିସିପିଙ୍କ ନାଁରେ ଏତଲା

ijoiho
Share

 

ହାଟଡ଼ିହି,୦୩/୦୩

ଲୋୟର ପିଏମଜିରେ ହୋଇଥିବା ପୋଲିସ ବିଜେପି ଯୁବ ମୋର୍ଚ୍ଚା ଖଣ୍ଡଯୁଦ୍ଧରେ ସରଗରମ ରହିଛି ରାଜ୍ୟ ରାଜନୀତି । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସ ର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି । ଆନନ୍ଦପୁର ନିର୍ବାଚନମଣ୍ତଳୀ ର ବିଜେପି କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା ଆନନ୍ଦପୁର ଉପଖଣ୍ତର ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ଆନନ୍ଦପୁର ଉପଖଣ୍ତସ୍ଥିତ ସୋସୋ ଥାନା ରେ ବିଜେପି ର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ଏକତ୍ରିତ ହୋଇ ପୋଲିସ ଡ଼ିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଓ ଭୁବନେଶ୍ୱର ଡ଼ିସିପି ଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁଯାଇ ଗତ ୨୮ ତାରିଖ ଦିନ ବିଜେପି ଯୋବମୋର୍ଚ୍ଚା ଓଡ଼ିଶା ପ୍ରଦେଶ ପକ୍ଷରୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦ ରେ ବିଧାନସଭା ଘେରାଉ କରାଯିବା ନେଇ ପୂର୍ବ ସୂଚନା ଦିଆଯାଇଥିଲା । ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଠାରୁ ପିଏମଜି ଛକ ପର୍ଯ୍ୟନ୍ତ ଯିବା ବେଳେ ପୋଲିସ୍ ଯୁବମୋର୍ଚ୍ଚା ର କର୍ମକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିଲା । ସାଦା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳର ଗୁଣ୍ତାମାନଙ୍କର ମିଳିତ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଆହାତ ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ଶୋଭାଯାତ୍ରା ସମୟରେ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅସଦାଚରଣ ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ବିଜେପି ଅଭିଯୋଗ ଆଣିଛି । ବିଜେପି ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଯେଉଁଭଳି ଭାବେ ଆକ୍ରମଣ କରିଛି ସେଥିରେ ରାଜ୍ୟର ସାଢେ ୪ କୋଟି ଓଡ଼ିଆ ମାନସିକ ସ୍ତରରେ ଆଘାତ ପାଇଛନ୍ତି । ପୋଲିସ ପ୍ରଶାସନ ର କିଛି ଅଧିକାରୀ ଶାସକ ଦଳର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନେହେଁ ବୋଲି ବିଜେପି ନେତା ଆଲୋକ ସେଠୀ କହିଛନ୍ତି । ପୋଲିସ ଡ଼ିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଓ ଭୁବନେଶ୍ୱର ଡ଼ିସିପି ଙ୍କ ନିର୍ଦ୍ଦେଶରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି । ଏହି ଘଟଣାରେ ପୋଲିସ ୨୨ ଜଣ ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଗିରଫ କରିଛି । ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସ୍ ଙ୍କୁ ଜଣେ ପୋଲିସ ଏଏସଆଇ ହତ୍ୟା କରିଛି, ଏହି କଥାକୁ ବିଜେପି ବାରମ୍ବାର କହୁଥିବାରୁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି ବୋଲି ଉପସ୍ଥିତ ବିଜେପି ନେତା ପ୍ରକାଶ କରିଛନ୍ତି । ତେଣୁ ଏହାର ପ୍ରତିବାଦରେ ପୋଲିସ ଡ଼ିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଓ ଭୁବନେଶ୍ୱର ଡ଼ିସିପି ଙ୍କ ବିରୋଧରେ ଏତଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ପକ୍ଷରୁ ଜ୍ଞାନରଞ୍ଜନ ସାମନ୍ତସିଂହାର, ପ୍ରଫୁଲ୍ଲ କୁମାର ନାୟକ, ସତ୍ୟଜିତ୍ ବେହେରା, ସଞ୍ଜୟ କୁମାର ମହାନ୍ତି, ହରିହର ପ୍ରଧାନ, ହରମୋହନ ଶାସିନି, ଶଶିକାନ୍ତ ରାଉତ ଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି ।
[ କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ)