March 12, 2026

ଜଣ୍ଡିସ ଓ ରକ୍ତଶିକୁଳି ଉପରେ ସଚେତନତା

IMG-20240629-WA0029
Share

ସମ୍ବଲପୁର: ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୁତା ପଡ଼ା ତରଫରୁ ୱାର୍ଡ ନମ୍ବର ୩୩ ଅନ୍ତର୍ଗତ ହିନ୍ଦ୍ କ୍ଲବ ଠାରେ ଜଣ୍ଡିସ ରୋଗ ଏବଂ ରକ୍ତଶିକୁଳି ଉପରେ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲା ମହାମାରୀ ରୋଗ ବିଶେଷଜ୍ଞ ଡା.ଜ୍ଞାନରଞ୍ଜନ ଦାସ, ସିଟି ପ୍ରୋଗ୍ରାମ ମ୍ୟାନେଜର ନିକୁ ରଞ୍ଜନ ପଢିଆରୀ, ଡାଟା ମ୍ୟାନେଜର ପ୍ରଧାନ ଯୋଗ ଦେଇ ଦଜଣ୍ଡିସ ରୋଗ ର କାରଣ, ନିରାକରଣ, ଚିକିତ୍ସା ଉପରେ ଆଲୋକପାତ କରିଥିଲେ, ଯାହାଫଳରେ ଜନସାଧାରଣ ତଥା ମହିଳା ଆରୋଗ୍ୟ ସମିତି ର ସଦସ୍ୟ ମାନଙ୍କ ମଧ୍ୟରେ ଥିବା ଅନେକ ଆଶଙ୍କା ଦୂରୀକରଣ ହୋଇପାରିଥିଲା।ସିଟି ପ୍ରୋଗ୍ରାମ ମ୍ୟାନେଜର ରକ୍ତ ଶିକୁଳି ପରୀକ୍ଷା କରିବାର ତାତ୍ପର୍ଯ୍ୟ ଏବଂ ଏହା ଉପରେ ଥିବା ଅନ୍ଧବିଶ୍ୱାସ ଗୁଡିକ ଉପରେ ଆଲୋକପାତ କରିଥିଲେ। ଏହି ସଚେତନତା ସଭାରେ ଗୌରାଙ୍ଗ ମହିଳା ସମିତି, ଓମ୍ ଶାନ୍ତି ମହିଳା ଆରୋଗ୍ୟ ସମିତି, ସୁରକ୍ଷା ମହିଳା ଆରୋଗ୍ୟ ସମିତି ର ସଦସ୍ୟା ମାନେ ଯୋଗଦାନ କରିଥିଲେ।ଏହି ଅବସରରେ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଏକ ରାଲି ର ଆୟୋଜନ କରାଯାଇଥିଲା ଏବଂ ଜନସାଧାରଣ ମାନଙ୍କୁ ସଚେତନତା ପ୍ରଦାନ କରାଯାଇଥିଲା।ସଭାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ଭୂତାପଡ଼ା ତରଫରୁ ରକ୍ତଶିକୁଲି ପରୀକ୍ଷଣ ର ଆୟୋଜନ କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।