September 29, 2024

ଗହଣଦଳ ପକ୍ଷରୁ ବ୍ରହ୍ମ ଏକାକ୍ଷର ମେଳା

Share


ବୁଗୁଡ଼ା :-ତା ୨୦/୦୬/୨୪ : ବୁଗୁଡା ବ୍ଲକର କଞ୍ଚୁରୁ ପାଟଣା ଗ୍ରାମସ୍ଥ ଶ୍ରୀ ନୃସିଂହନାଥ ସ୍ବାମୀ ମନ୍ଦିର ପରିସରରେ ସନାତନ ଧର୍ମ ଭିତ୍ତିକ ଆଧ୍ଯାତ୍ମିକ ତତ୍ତ୍ବ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଏକ ପ୍ରବଚନ କାର୍ଯ୍ୟକ୍ରମ ଗହଣଦଳ ଗଞ୍ଜା-ବ୍ରହ୍ମପୁର ମଣ୍ଡଳ ପକ୍ଷରୁ କଳକୀ୍ ସେନା ବାହିନୀର ସେନାପତି ସର୍ଦ୍ଦାର ଲିଙ୍ଗରାଜ ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଧ୍ଯାତ୍ମିକ କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ରବିନ୍ଦ୍ର ବରାଡ , ଭିମ ପାତ୍ର , ଖଲି ଗୌଡ , ଶିଶିର କାନ୍ତ ନାୟକ ପ୍ରମୁଖ ଯୋଗଦାନ କରି ପଞ୍ଚଦଶ ଶତାବ୍ଦୀର ସାଧୁସନ୍ଥଙ୍କ ଅମୁଲ୍ଯ ଆଧ୍ଯାତ୍ମିକ ଗ୍ରନ୍ଥର ଲିଖିତ ତତ୍ତ୍ବକୁ ପର୍ଯ୍ୟାଲୋଚନା କରି ବ୍ରହ୍ମ ଏକାକ୍ଷର ମେଳା ସମାଜର ବିପଥଗାମୀ ମଣିଷକୁ ସତ୍ ମାର୍ଗରେ ପରିଚାଳିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ଈଶ୍ବର ତତ୍ତ୍ବ ସମ୍ପର୍କିତ ପ୍ରବଚନକୁ ଶ୍ରବଣ କରିଥିଲେ ।