September 29, 2024
Share

 

କାଶୀନଗର
ତା 19/6/24

ପଲିଥିନ ବ୍ୟବହାର ଜୈବ ମଣ୍ଡଳ ଉପରେ କୁ ପ୍ରଭାବ ପକାଉଛି.ଏହାକୁ ନେଇ ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଉଥିବାରୁ ସରକାର ସ୍ତରରେ ଏହାର ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି.ଏପରିକି ପଲିଥିନ ବ୍ୟବହାର କରୁଥିବା ଲୋକଙ୍କ ନିକଟରୁ ଜୋରିମାନା ଆଦାୟ କରିବା ନିୟମ ମଧ୍ୟ ଅଛି. ପଲିଥିନ ବ୍ୟବହାର ଉପରେ କାଡ ନଜର ରଖିବା ପାଇଁ ବିଭିନ୍ନ ସରକାର କର୍ମଚାରୀ ଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି.କାଶୀନଗର ଅଞ୍ଚଳରେ ବିନା ଦ୍ଵିଧାରେ ପଲିଥିନ ବ୍ୟବହାର ହେଉଥିବା ବିଷୟ ନେଇ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କୁ ଯୋଗାଯୋଗ କରିବାରୁ କାଶୀନଗର ଏନ ଏ ସି ମଧ୍ୟରେ ପଲିଥିନ ବ୍ୟବହାର କଟକଣା ବଳବତ୍ତର ରହିଛି. କିଛି ଦିନ ପୂର୍ବେ ମୋର ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ଦୋକାନ ବଜାର ସବୁ ଯାଞ୍ଚ କରି ପଲିଥିନ ଗୁଡିକୁ ଜବତ କରି ଦୋକାନୀ ମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା.ଆଉ କିଛି ଦିନ ପରେ ମଧ୍ୟ ପୁଣି ଥରେ ଯାଞ୍ଚ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇ ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ମତ ପୋଷଣ କରିଥିଲେ.ବର୍ତମାନ ମାଛ ମାଂସ ଦୋକାନ ଠାରୁ ଆରମ୍ଭ କରି ତେଜରାତି, ପରିବା ଓ ଔଷଧ ଦୋକାନ ମାନଙ୍କରେ ବହୁ ମାତ୍ରାରେ ପଲିଥିନ ବ୍ୟବହାର କରାଯାଉଥିବା ନଜରକୁ ଆସିଛି.
ଅଧିକାଂଶ ଗ୍ରାମ ମାନଙ୍କ ରାସ୍ତା ପାର୍ଶ୍ଵ ରେ ପଲିଥିନ କୁଢ଼ କୁଢ଼ ପଡ଼ିଥିବା ଦେଖାଯାଉଥିବା ବେଳେ ପଲିଥିନ ବ୍ୟବହାର ନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ବହୁଳ ମାତ୍ରାରେ ସଚେତନ କରିବା ଆବଶ୍ୟକ ରହିଥିବା ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି. ଆମେ ଯେଉଁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର କରି ବାହାରେ ଫୋପାଡ଼ି ଦେଉଛେ ବର୍ଷା ହେବା ପରେ ସେ ଗୁଡିକ ଭାସି ଭାସି ଯାଇ ନଦୀ ଓ ଜମି ମାଙ୍କରେ ରହି ନଷ୍ଟ ନ ହୋଇ ପାରି ପରିବେଶ କୁ ବହୁଳ ମାତ୍ରାରେ ଦୂଷିତ କରୁଛି. ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ବାରମ୍ବାର ତନଖି କରି ସେମାନଂକୁ ପଲିଥିନ ବ୍ୟବହାର ଠୁ ନିବୃତ ରହିବା ପାଇଁ ତାଗିଦ କରିବା ଆବଶ୍ୟକ ରହିଛି.

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର