April 29, 2026

ପୁଣି ଦାଦନ ଶ୍ରମିକ ମୃତ, ଗାଁ ରେ ପହଞ୍ଚିଲା ମର ଶରୀର…

IMG-20240619-WA0018
Share

ମୋହନା –ଦାଦନ ଦୁଃଖ କମିବାରେ ନାମ ନେଉନାହିଁ ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ
ବଡ଼ସିନ୍ଧବା ପଞ୍ଚାୟତ ଗାନ୍ଧୀନଗର ଗାଁ ରେ। ଗାଁ ର ସୁଭେନ୍ ମାଳି ଘରର ଆର୍ଥିକ ଅନଟନ ସୁଧାରିବା ପାଇଁ କିଛି ଦିନ ପୂର୍ବରୁ କେରଳ ଯାଇଥିଲା ଟଙ୍କା ରୋଜଗାର କରିବା ପାଇଁ। ଘରେ ତିନୋଟି ଭଉଣୀ ର ପାଠ ପଢ଼ା ସାଙ୍ଗକୁ ବାପା ମାଆ ଙ୍କ ଦାୟିତ୍ବ ବି ପଢିଥିଲା । ଘରେ ରୋଜଗାର କରିବା ପାଇଁ ଏକ ମାତ୍ର ସାହା ରହିଥିଲା ସୁଭେନ ମାଳି। ହେଲେ ଦଇବ ସାଜିଲା ଦାଉ କେରଳ ରେ ପହଞ୍ଚି ଏକ ଘରୋଇ କମ୍ପାନୀ ରେ କାମ କରୁଥିବା ସମୟରେ ହଟାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଯାହା ଫଳରେ ସେଠାରେ ଚିକିତ୍ସା କରି ଗାଁକୁ ଟ୍ରେନ୍ ରେ ଆସୁଥିଲେ। ଆସିବା ସମୟରେ ବିଜୟୱାଡ଼ା ରେଳଷ୍ଟେସନ ନିକଟରେ ଶୋଇଥିବା ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶୁଭେନ୍ ଙ୍କ ସାଥିରେ ଆସୁଥିବା ସମ୍ପର୍କୀୟ ଭାଇ ତାଙ୍କ ପରିବାରକୁ ମୃତ୍ୟୁ ର ଖବର ଦେଇଥିଲେ । ଖବର ପାଇବା ପରେ ଅତି ଗରିବ ପରିବାର ହୋଇଥିବାରୁ କିଭଳି ଭାବେ ଶୁଭେନ ଙ୍କ ମର ଶରୀର ଗାଁ କୁ ଅଣାଯିବ ତାହା ଚିନ୍ତାରେ ପଡ଼ିଥିଲେ। ମୃତ୍ୟୁ ଖବର ଗାଁ ଲୋକେ ଶୁଣିବା ପରେ ମର ଶରୀର ଆଣିବା ପାଇଁ ଚାନ୍ଦା ଆଦାୟ କରି ମର ଶରୀର କୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁ କୁ ଅଣାଯାଇଥିଲା। ଗାଁ ରେ ସୁଭେନ୍ ଙ୍କ ଶବ ପହଞ୍ଚିଲା ପରେ ଶୋକର ଶାୟା ଖେଳିଯାଇଛି। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗାଁ ଲୋକ ଙ୍କ ସହ ପରିବାର ଲୋକେ।

You may have missed